ଭଉଣୀକୁ କଟୁରୀରେ ହାଣିଲା ଭାଇ

0 76

ନୟାଗଡ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଜ ଭଉଣୀକୁ ବିଭତ୍ସ ଭାବେ ହତ୍ୟା କରିଛି ଭାଇ। ମୃତ ଯୁବତୀ ଜଣକ ହେଲେ ମମତା ରାଉତ । ପୁଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି । ସୂଚନା ମୁତାବକ, ରବିବାର ରାତିରେ ମମତା ଶୋଇଥିବା ବେଳେ ତାଙ୍କୁ କେହି କଟୁରୀରେ ହାଣି ହତ୍ୟା କରିଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ମମତାଙ୍କ ଭାଇ କ୍ଷମା ପ୍ରସାଦ ରାଉତଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରିବା ପରେ ସେ ହିଁ ହତ୍ୟାକରି ବୋଲି ଜଣାପଡିଥିଲା । ପୁଲିସ ତାକୁ ଗିରଫ କରିଛି । ମୃତା ମମତା ମହିଳା ଗୋଷ୍ଠୀରୁ ଟଙ୍କା ଆଣି ଘର ଚଳାଉଥିଲେ । ଟଙ୍କା ସୁଝି ହେଉ ନ ଥିବା ବେଳେ ଏହାକୁ ନେଇ ଭାଇ ଭଉଣୀ ଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଭାଇ କ୍ଷମା ରବିବାର ରାତିରେ ମମତାକୁ ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.