ଦୁର୍ନୀତି ବିରୋଧରେ ଯୋଗୀଙ୍କ ଜିରୋ ଟଲେରେନ୍ସ ନୀତି

0 70

ଅଧିକାରୀଙ୍କୁ ଏସଡିଏମରୁ ତହସିଲଦାରକୁ ବଦଳି

ଲକ୍ଷେ୍ନø, ୨୪/୧୧ : ଉତ୍ତର ପ୍ରଦେଶରେ ଦୁର୍ନୀତି ବିରୋଧରେ ସରକାରଙ୍କ ଆକ୍ସନ ଜାରି ରହିଛି । ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତି ପାଳନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେରଠର ସରଧନା ତହସିଲରେ ନିୟୋଜିତ ଉପ-ଜିଲ୍ଲାଅଧିକାରୀ କୁମାର ଭୁପେନ୍ଦ୍ର ସିଂହଙ୍କ ଡିମୋସନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହଙ୍କୁ ଉପ-ଜିଲ୍ଲାଅଧିକାରୀ ପଦବୀରୁ ତହସିଲଦାର ପଦବୀକୁ ଡିମୋଟ କରିବାକୁ ଆଦେଶ ଦେଇଛନ୍ତି । ଭୁପେନ୍ଦ୍ର ଇଂଜିହ୍ୱା ବର୍ତ୍ତମାନ ମୁଜାଫରନଗରରେ ନିୟୋଜିତ ଅଛନ୍ତି । ସୂଚନା ଅନୁଯାୟୀ, ମେରଠର ଶିବାୟା, ଜମାଉଲ୍ଲାପୁର, ପରଗନା ଦୌରାଲା, ତହସିଲ ସରଧନାର ରାଜସ୍ୱ ରେକର୍ଡରେ ୨୦୧୩ ମସିହାରେ ୧୫୮୩୦ ହେକ୍ଟର ଜମି ପ୍ରାଇଭେଟ ବିଲଡରଙ୍କୁ ଆବଣ୍ଟିତ କରାଯାଇଥିଲା । ଅଭିଯୋଗ ପରେ ମାମଲାର ତଦନ୍ତ ହୋଇଥିଲା । ତଦନ୍ତରେ ଜଣାପଡିଥିଲା ଯେ ୨୦୧୬ ମସିହାରେ ସେଠାରେ ଏସଡ଼ିଏମ ଭାବେ ନିୟୋଜିତ ଥିବା ଭୁପେନ୍ଦ୍ର ସିଂହ ସରକାରଙ୍କ ହିତକୁ ଅବହେଳା କରି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସମ୍ୱନ୍ଧିତ ପକ୍ଷ ସହ ମିଶି ରେଭେନ୍ୟୁ କୋର୍ଟ ମେନୁଆଲ ବିରୋଧରେ ୨୦୧୬ ଅଗଷ୍ଟରେ ଅମାଲଡ୍ରାମଙ୍କ ଆଦେଶ ପାରିତ କରିଦେଇଥିଲେ । ତଦନ୍ତ ପରେ ଉତ୍ତର ପ୍ରଦେଶ ସରକାର ଏହାକୁ ଦୁର୍ନୀତି ବୋଲି ଦର୍ଶାଇ ତାଙ୍କୁ ଡିମୋଟ କରିବାକୁ ଆଦେଶ ଦେଇଛନ୍ତି । ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଉ ଜଣେ ତକ୍ରାଳୀନ ଏସଡ଼ିଏମ, ଜଣେ ଅତିରିକ୍ତ କମିଶନର, ଜଣେ ତହସିଲଦାର, ଜଣେ ରାଜସ୍ୱ ନିରୀକ୍ଷକ ଓ ଜଣେ ଲେଖପାଳଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.