ପରାଜୟ ସ୍ୱୀକାର କଲେ ଟ୍ରମ୍ପ

0 72

ୱାଶିଂଟନ, ୨୪ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ହ୍ୱାଇଟ ହାଉସ୍ ଛାଡ଼ିବା ପାଇଁ ସଙ୍କେତ ଦେଇଛନ୍ତି । ସରକାରୀ ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କ୍ଷମତା ହସ୍ତାନ୍ତର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ସେ ହଟାଇଛନ୍ତି । ଜୋ ବାଇଡେନଙ୍କ ବିଜୟଙ୍କୁ ଧୀରେ ଧୀରେ ସ୍ୱୀକାର କରୁଛନ୍ତି ଟ୍ରମ୍ପ । ଜେନରାଲ ସର୍ଭିସ ଆଡମିନିଷ୍ଟ୍ରେସନକୁ “ଯାହା ଆବଶ୍ୟକ ତାହା କରିବା ଉଚିତ୍ ବୋଲି କହି ଟ୍ରମ୍ପ ହ୍ୱାଇଟ ହାଉସ୍ ଛାଡିବା ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି । ଯେଉଁମାନେ ଟ୍ରମ୍ପଙ୍କ ପରାଜୟଙ୍କୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି, ସେମାନଙ୍କୁ ଟ୍ୱିଟ କରି କହିଛନ୍ତି, “ଆମର କେସ ଚାଲିଛି । ଏହି ଲଢେଇ ଆମେ ଜାରି ରଖିବୁ ଏବଂ ମୋର ବିଶ୍ୱାସ, ଆମେ ଜିତିବୁ । ସୂଚନାଥାଉ କି, ଗତ ତିନି ସପ୍ତାହ ଧରି ରାଷ୍ଟ୍ରପତି ଟ୍ରମ୍ପ ବିନା ପ୍ରମାଣରେ ଦାବି କରି ଆସୁଥିଲେ ଯେ, ତାଙ୍କ ଠାରୁ ଏହି ନିର୍ବାଚନ ଚୋରାଇ ନିଆଯାଇଛି । ।

Leave A Reply

Your email address will not be published.