ନ୍ୟୁଜିଲାଣ୍ଡରେ ଭାରତୀୟ ବଂଶୋଦ୍ଭବ ସାଂସଦଙ୍କ ସଂସ୍କୃତରେ ଶପଥପାଠ

0 74

ନୂଆଦିଲ୍ଲୀ ୨୫/୧୧: ନ୍ୟୁଜିଲାଣ୍ଡରେ ନବ ନିର୍ବାଚିତ ସାଂସଦ ଗୌରବ ଶର୍ମା ଏବେ ଚର୍ଚ୍ଚାରେ । ସାଂସଦ ପଦ ପାଇଁ ସଂସ୍କୃତରେ ଶପଥ ପାଠ କରି ଚର୍ଚ୍ଚାକୁ ଆସିଛନ୍ତି ଗୌରବ । ଭାରତୀୟ ବଂଶୋଦ୍ଭବ ଭାବେ ସେ ପ୍ରଥମ ଥର ସଂସ୍କୃତରେ ଶପଥ ପାଠ କରିଛନ୍ତି । କେବଳ ନ୍ୟୁଜିଲାଣ୍ଡ ନୁହେଁ ବିଶ୍ୱର ଅନ୍ୟ କୌଣସି ଦେଶରେ କେହି ମୂଳ ଭାରତୀୟ ଏଭଳି କରିନଥିଲେ । ଯାହାକି ଏକ ରେକର୍ଡ । ଶପଥ ସମାରୋହ ପରେ ଡକ୍ଟର ଗୌରବ ପୂରା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରକୁ ଟାଣି ହୋଇଆସିଛନ୍ତି । ୩୩ ବର୍ଷୀୟ ଗୌରବ ହିମାଚଳ ପ୍ରଦେଶ ବାସିନ୍ଦା ବୋଲି ଜଣାପଡ଼ିଛି । ଗୌରବ ନ୍ୟୁଜିଲାଣ୍ଡର ହାମିଲଟନ୍ରେ ଲେବର ପାର୍ଟି ଟିକେଟ୍ରୁ ଜିତିଛନ୍ତି । ଶର୍ମାଙ୍କୁ ୧୫୮୭୩ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦିଙ୍କୁ ୧୧୪୮୭ ଭୋଟ ମିଳିଛି । ଡ. ଗୌରବ ଶର୍ମାଙ୍କ ଜନ୍ମ ୧ ଜୁଲାଇ ୧୯୮୭ରେ ମଣ୍ଡି ଜିଲ୍ଲାର ସୁନ୍ଦରନଗରରେ ହୋଇଥିଲା । ଗୌରବ ହମୀରପୁର, ଧର୍ମଶାଳା, ଶିମଲା ଓ ନ୍ୟୁଜିଲାଣ୍ଡରେ ଶିକ୍ଷା ପ୍ରାପ୍ତ କରିଛନ୍ତି ।

Leave A Reply

Your email address will not be published.