ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୨ ଯବାନ ସହିଦ

0 79

ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ପାକିସ୍ତାନ ତା’ ପ୍ରକୃତି ବଦଳାଉ ନାହିଁ । ଆଜି ପୁଣିଥରେ ପାକିସ୍ତାନ ସେନା ସୀମା ଉଲ୍ଲଙ୍ଘନ କରି ଭାରତୀୟ ଯବାନଙ୍କୁ ଟାର୍ଗେଟ କରିଛି । ପାକିସ୍ତାନ କରିଥିବା ଗୁଳିମାଡ଼ରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ସେହିପି ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି ।
ସେନା ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ସକାଳୁ ପାକିସ୍ତାନ ପକ୍ଷରୁ ରଜୌରି ଜିଲ୍ଲା ସୁନ୍ଦରେବନି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ପାକିସ୍ତାନର ଯବାନମାନେ ସ୍ୱଂୟ·ଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ସେନା ଆଉଟ ପୋଷ୍ଟକୁ ଟାର୍ଗେଟ କରିଥିଲେ । ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା । ଦୀର୍ଘସମୟ ଧରି ·ଲିଥିବା ଏହି ଗୁଳି ବିନିମୟରେ ନାଏକ ପ୍ରେମ ବାହାଦୂର ଖତ୍ରୀ ଓ ରାଇଫଲ ମ୍ୟାନ୍ ସୁଖବୀର ସିଂହ ଗୁରୁତର ଆହତ ହୋଇଥିଲେୟ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି । ଗତକାଲି ପାକିସ୍ତାନ କରିଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ଆର୍ମି ଜେସିଓ ପ୍ରାଣ ହରାଇଥିଲେ । ସେହିପରି ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିଲେ ।

Leave A Reply

Your email address will not be published.