ସିରିଜ୍ ଆରମ୍ଭରୁ ଟିମ୍ ଇଣ୍ଡିଆକୁ ଝଟକା

0 72

୬୬ ରନରେ ହାରିଲା

ସିଡନୀ: ଦୀର୍ଘ ୯ ମାସ କ୍ରିକେଟ୍ ମଇଦାନକୁ କମବ୍ୟାକ୍ କରିଥିବା ଟିମ୍ ଇଣ୍ଡିଆ ପରାଜୟରୁ ଅଭିଯାନ ଆରମ୍ଭ କରିଛିୟ ଖରାପ ବୋଲିଂ ପରେ ନୈରାଶ୍ୟଜନକ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ନିକଟରୁ ୬୬ ରନରେ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ସହଜ ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ସିରିଜର ୨ୟ ମ୍ୟାଚ୍ ରବିବାର ଖେଳାଯିବ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କୁ ର୍ନିଧୁମ ଛେଛିଥିଲେ । ଯାହାଫଳରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଓ ଷ୍ଟିଭ୍ ସ୍ମିଥଙ୍କ ଦମଦାର ଶତକ ବଳରେ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୭୪ ରନର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୮ ରନ୍ କରିବାକୁ ସକ୍ଷମ ହୋଇଛି । ଶିଖର ଧୱନଙ୍କୁ ଛାଡ଼ି ଦେଲେ ଭାରତର ଟପ୍ ଅର୍ଡର ବିଫଳ ହୋଇଥିବା ବେଳେ ମିଡଲ୍ ଅର୍ଡରରେ ହାର୍ଦ୍ଦିକ ପାଣ୍ଡ୍ୟା ଦମ୍ ଦେଖାଇଥିଲେ । ରୋହିତ୍ ଶର୍ମାଙ୍କ ସ୍ଥାନରେ ସୁଯୋଗ ପାଇଥିବା ମୟଙ୍କ ଅଗ୍ରୱାଲ୍ ୨୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ କ୍ୟାପଟେନ୍ ବିରାଟ୍ କୋହଲି ୨୧ ରନ୍ କରି ଆଉଟ୍ ହୋଇଥିଲେ । ଶ୍ରେୟସ୍ ଆୟର୍ (୨) ଓ ଲୋକେଶ ରାହୁଲ୍ (୧୨) ନିରାଶ କରିଥିଲେୟ ୧୦୧ ରନରେ ୪ ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିବା ବେଳେ ଧୱନ୍ ଓ ହାର୍ଦ୍ଦିକ ଲିଥିଲେ । ଧୱନ୍ ଓ ହାର୍ଦ୍ଦିକ ୧୨୮ ରନର ଶତକୀୟ ପାର୍ଟନରଶିପ୍ କରି ଟିମ୍ ପାଇଁ ଆଶା ସଞ୍ଚାର କରିଥିଲେ । କିନ୍ତୁ ଧୱନଙ୍କ ଆଉଟ୍ ପରେ ସବୁ ଆଶା ଧୂଳିସାତ୍ ହୋଇଯାଇଥିଲା । ଧୱନ୍ ୮୬ ବଲରେ ୧୦ ଚୌକା ସହ ୭୪ ରନ୍ କରି ଆଉଟ୍ ହୋଇଥିଲେ । ପ୍ରାୟ ଦେଢ଼ ବର୍ଷ ପରେ ଦିନିକିଆ କ୍ରିକେଟକୁ କମବ୍ୟାକ୍ କରିଥିବା ହାର୍ଦ୍ଦିକ ଜବରଦସ୍ତ ବ୍ୟାଟିଂ କରିଥିଲେ ହେଁ ମାତ୍ର ୧୦ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ହାର୍ଦ୍ଦିକ ଦ୍ରୁତ ୯୦ (୭୬ ବଲ୍, ୭ ଚୌକା, ୪ ଛକା) ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ । ଶେଷକ୍ରମରେ ରବୀନ୍ଦ୍ର ଜାଡେଜା (୧୫), ନଭଦୀପ ସାଇନି (୨୯ଞ୍ଚ) ଓ ମହମ୍ମଦ ଶାମି (୧୩)ଙ୍କ ସହଯୋଗରେ ଭାରତର ସ୍କୋର ୩୦୦ ଅତିକ୍ରମ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ସର୍ବାଧିକ ୪ଟି ଓ ଜୋଶ୍ ହେଜଲଉଡ୍ ୩ଟି ସଫଳତା ପାଇଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଦମଦାର ଆରମ୍ଭ ଦେଇଥିଲେ ୱାର୍ଣ୍ଣର ଓ ଫିଞ୍ଚ୍ଙ୍କ ଓପନିଂ ଯୋଡ଼ି । ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳି ପ୍ରଥମ ୱିକେଟ୍ ପାଇଁ ୧୫୬ ରନର ମଜଭୁô ପାର୍ଟନରଶିପ୍ ଗଢ଼ିଥିଲେ । ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ବିରାଟ୍ କୋହଲି ସବୁ ବୋଲରଙ୍କୁ ଲଗାଇଥିଲେ ହେଁ କେହିବି ସଫଳତା ଦେଇପାରିନଥିଲେ । ଶେଷରେ ଇନଫର୍ମ ବୋଲର ମହମ୍ମଦ ଶାମି ସେଟ୍ ବ୍ୟାଟ୍ସମ୍ୟାନ୍ ୱାର୍ଣ୍ଣର (୬୯)ଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲା । ୱାର୍ଣ୍ଣରଙ୍କ ସ୍ଥାନରେ ଆସିଥିବା ଷ୍ଟିଭ ସ୍ମିଥ୍ ଟପ୍ ଗିୟରରେ ବ୍ୟାଟିଂ କରିଥିଲେୟ ସେ ଫିଞ୍ଚଙ୍କ ସହ ମିଶି ଟିମର ସ୍କୋରକୁ ୨୫୦ ଅତିକ୍ରମ କରାଇଥିଲେ । ଫିଞ୍ଚ୍ ନିଜର ୧୭ଶ ଶତକ ପୂରଣ କରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ । ସେ ୧୨୪ ବଲରେ ୯ ଚୌକା ଓ ୨ ଛକା ସହ ୧୧୪ ରନର ଇନିଂସ୍ ଖେଳି ଯଶପ୍ରୀତ ବୁମ୍ରାଙ୍କ ଶିକାର ହୋଇଥିଲା । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ମାର୍କସ୍ ଷ୍ଟୋଇନିସ୍ ଖାତା ଖୋଲିପାରିନଥିଲେ । ତେବେ ଗ୍ଲେନ୍ ମ୍ୟାକ୍ସୱେଲ୍ ଧୂଆଁଧାର ବ୍ୟାଟିଂ କରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ । ତାଙ୍କ ସାଙ୍ଗକୁ ସ୍ମିଥ୍ ମଧ୍ୟ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି କ୍ୟାରିୟରର ଦଶମ ଦିନିକିଆ ଶତକ ହାସଲ କରିଥିଲେ ।

Leave A Reply

Your email address will not be published.