୪୩ ଶ୍ରମିକଙ୍କୁ ନିର୍ମମ ହତ୍ୟା

0 78

ଅବୁଜା, ୨୯ ।୧୧: ନାଇଜେରିଆରେ ଘଟିଛି ବଡ଼ ନରସଂହାର । ଯେଉଁଠାରେ ଆତଙ୍କୀ ସଂଗଠନ ବୋକୋ ହରାମର ସେନା କ୍ଷେତରେ କାମ କରୁଥିବା ୪୩ ଜଣ ଶ୍ରମିକଙ୍କୁ ର୍ନିମମ ହତ୍ୟା କରିଛନ୍ତି । ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଶନିବାର ନାଇଜେରିଆର ମୈଦୁଗୁରୀରେ ଏହି ଘଟଣା ଘଟିଥିବା ଜିହାଦ ବିରୋଧୀ ମିଲିସିଆ ସୂଚନା ଦେଇଛି । ଏହି ନରସଂହାରକୁ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏଭଳି ଘଟଣା ପୂରା ଦେଶକୁ ଆଘାତ ଦେଇଛି । ଏହି ଭୟାବହ ଆକ୍ରମଣରୁ ବର୍ତ୍ତିଯାଇଥିବା ଲୋକଙ୍କୁ ସହାୟତା କରିଥିବା ମିଲିସିଆର ନେତା ବାବାକୁରା କୋଲୋ କହିଛନ୍ତି, ଶ୍ରମିକଙ୍କୁ ପ୍ରଥମେ ରଶିରେ ବନ୍ଧା ଯାଇଥିଲା ଏବଂ ଏହା ପରେ ଅତି ନିଷ୍ଠୁର ଭାବେ ସେମାନଙ୍କର ଗଳା କାଟିଦିଆ ଯାଇଥିଲା । ଆମକୁ ୪୩ ମୃତଦେହ ମିଳିଛି ଏବଂ ସମସ୍ତଙ୍କ ଗଳା କଟାଯାଇଛି । ବୋକୋ ହରାମ୍ ହିଁ ଏଭଳି କାମ କରିଛନ୍ତି, ଯେଉଁମାନେ ଏହି ଅଞ୍ଚଳରେ ଖୁବ୍ ସକ୍ରିୟ । ତେବେ ସେମାନେ ପ୍ରଥମଥର ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣ କରିସାରିଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତେ ସୋକୋଟୋ ରାଜ୍ୟର ଶ୍ରମିକ ଥିଲେ । ଏମାନେ ଉତ୍ତରପୂର୍ବରେ କାମ ସନ୍ଧାନରେ ଯାଇଥିଲେ । ମୋଟ ୬୦ଜଣ ·ଉଳ ·ଷ ଜମିରେ କାମ କରୁଥିଲେ । ସେଥିରୁ ୪୩ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଏବେବି ୮ଜଣ ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ, ୨୦୦୯ ପରଠାରୁ ପାଖାପାଖି ୩୬ହଜାର ଲୋକଙ୍କର ଜିହାଦ ବିବାଦ କାରଣରୁ ମୃତ୍ୟୁ ହୋଇଥିବା ବେଳେ ୨୦ଲକ୍ଷରୁ ଅଧିକ ବିସ୍ଥାପିତ ହୋଇଛନ୍ତି ।

Leave A Reply

Your email address will not be published.