ଚୋରା ଚାଲାଣ ବଝୋଇ ଟ୍ରାକ୍ଟର ଜବତ, ଜଣେ ଗିରଫ

0 70


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ଥାନା ପୋଲିସ ଚୋରା ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଟ୍ରାକ୍ଟର ନଂ ଓଡି ୨୦ ଏ ୯୭୫୫ ନମ୍ବର ଟ୍ରାକ୍ଟର ଯେଗେ ଜିରାଙ୍ଗ ସ୍ଥିତ ମହେନ୍ଦ୍ରତନୟା ନଦୀରୁ ଅବାସିଂ ଗ୍ରାମକୁ ଚୋରା ବାଲି ଚାଲାଣ କରୁଥିବା ବେଳେ ରାୟଗଡ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଧରାପଡିଥିଲା । ଯାଞ୍ଚ ସମୟରେ ଡ୍ରଇଭର ଜଣକ କୌଣସି ଦସ୍ତାବିଜ ଉପସ୍ଥାପନ ନକରିବା ଯୋଗୁଁ ଏହା ଚୋରା ଚାଲାଣ ହେଉଥିବାର ଜଣାପଡିଥିଲା । ଉକ୍ତ ଘଟଣାରେ ଟ୍ରାକ୍ଟର ଡ୍ରାଇଭର ସୁନାକର ବଡମୁଣ୍ଡିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ଏନେଇ ରାୟଗଡ ଥାନାରେ ୮୭/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.