ଅବହେଳିତ ଅବସ୍ଥାରେ ହନୁ ମଂଚେଶ୍ୱର ଶୈବପୀଠ

0 66

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଲେଖନପୁର ଗ୍ରାମରେ ହନୁ ମଂଚେଶ୍ୱର ଶୈବପୀଠ ଅବସ୍ଥିତ । ଏହା ଏକ ପାହାଡ ପାଦ ଦେଶରେ ଅବସ୍ଥିତ । ଏହି ମନ୍ଦିର ପାଶ୍ୱର୍ ଦେଇ କୂଳୁକୂଳୁ ହୋଇ ବହିଯାଉଛି ପବିତ୍ର ବିରୂପା ନଦୀର ଜଳରାଶି । ଏହି ଛୋଟ ପାହଡରେ ସବୁଜ ତରୁଲାତା ବନାନୀ ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରୁଛି । ଏଠାରେ ପ୍ରକୃତିର ମନୋରମ ପରିବେଶକୁ ଉପଭୋଗ କରିବାପାଇଁ ଦୂର ଦୂରାନ୍ତରୁ ଧାଇଁ ଆସିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ । କିମ୍ବଦନ୍ତି ଅନୁଯାୟୀ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କଦ୍ୱାରା ଏଠାରେ ଏକ ଶିବଲିଙ୍ଗ ସ୍ଥା୍ପନ ହୋଇଥିଲା । କଥିତ ଅଛି ଅନଙ୍ଗଭୀମ ଦେବ ଓ ଚୋଡଗଙ୍ଗଦେବ ରାଜୁତି ସମୟରେ ଏଠାରେ ମନ୍ଦିର ନିର୍ମାଣ ହୋଇଥିଲା । ଏଠାରେ ଦୋଳପୂର୍ଣ୍ଣିମା ତିଥିରେ ଦୋଳଉତ୍ସବ ଓ ମେଳନ ଅନୁଷ୍ଠିତ ହୋଇଥାଏ । ଏହି ପୀଠର ମହାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲେ ସୁଦ୍ଧା ଏହାର ପୁନରୁଦ୍ଧାର ତଥା ମରାମତି ଆବଶୟକତା ଲୋକେ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ସ୍ଥାନଟିକୁ ପର୍ଯ୍ୟଟନ ସ୍ଥାଳୀରୂପେ ମାନ୍ୟତା ପ୍ରଦାନ କରିବାକୁ ଜନସାଧାରଣ
ଦାବି କରିଛନ୍ତି ।

Leave A Reply

Your email address will not be published.