କୋର୍ଟରେ ହାଜର ହେଲେ ଜାଭେଦ ଅଖତର

0 82

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଅପରାଧିକ ମାନହାନୀ କେସ୍ କରିଥିବା ଜାଭେଦ ଅଖତର ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି । ସେ ଅନେ୍ଧରୀ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ସେ ଏହି ଠାରେ ହିଁ କଙ୍ଗନାଙ୍କ ନାଁରେ ମାନହାନୀ କେସ କରିଥିଲେ । ନିୟମ ଅନୁସାରେ କେସ୍ କରିଥିବା ଲୋକ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ନିଜର ପରିଚୟ ଓ ପକ୍ଷ ରଖିବେ । ତେଣୁ ଆଜି ଜାଭେଦ ଅଖତର କରୋନା ମହାମାରୀ ସତ୍ତେ୍ୱ କୋର୍ଟରେ ହାଜର ହୋଇଥିଲେ । ବର୍ତ୍ତମାନ ମାମଲାର ଭେରିଫିକେସନ ସରିଛି ଓ ଆସନ୍ତା ୧୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ । କଙ୍ଗନା ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଜାଭେଦ ଅଖତରଙ୍କ ବିଷୟରେ ବୟାନ ଦେଇଥିଲେ । ଏହାଦ୍ୱାରା ଜାଭେଦ ଅଖତରଙ୍କ ସମ୍ମାନରେ ଆଞ୍ଚ ଆସିଥିବା ସେ କହିଛନ୍ତି । ସାକ୍ଷାକାରର ଭିଡିଓକୁ ଆଧାର କରି କଙ୍ଗନାଙ୍କ ନାଁରେ ମାମଲା ଆଗକୁ ବଢ଼ାଇବାକୁ ସେ ଆବେଦନ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ଅଯଥା ତାଙ୍କ ନାଁକୁ ଆଣିଥିବାରୁ ଜାଭେଦ ଅଖତର ଅନେ୍ଧରୀ ମାଜିଷ୍ଟ୍ରେଟ କୋର୍ଟରେ ମାନହାନୀ ମାମଲା କରିଛନ୍ତି ।

Leave A Reply

Your email address will not be published.