ଚାଇନାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ : କରମବୀର ସିଂହ

0 66

ନୂଆଦିଲ୍ଲୀ: ଆସନ୍ତାକାଲି ନୌସେନା ଦିବସ । ଏହା ପୂର୍ବରୁ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ବଡ଼ ବୟାନ ଦେଇଛନ୍ତି । ଚାଇନାର ସବୁ ପ୍ରକାରର ହରକତକୁ ମୁକାବିଲା କରିବା ପାଇଁ ଭାରତୀୟ ନୌସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରିଥିଲା । ସେହିପରି କୋଭିଡ-୧୯ ସୁରକ୍ଷା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି କରିଥିଲା । ଏହାର ମୁକାବିଲା ଭାରତୀୟ ନୌସେନା ଠିକ ଭାବେ କରିଛି । ଏହି କାରଣରୁ ନର୍ଦ୍ଦନ ସୀମାରେ ନୌସେନା ସର୍ଭେଲାନ୍ସ ପାଇଁ ପି-୮ ଯୁଦ୍ଧ ବିମାନ ଓ ହେରୋନ ଡ୍ରୋନ ମୁତୟନ କରିଛି ବୋଲି ସେ କହିଛନ୍ତି । ଲଦାଖ ସେକ୍ଟରର ଏଲଏସିରେ ଚାଇନା ବାରମ୍ବାର ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚାହୁଁଛି । ଚାଇନାର ସବୁ ଦୁଃସାହାସକୁ ଜବାବ ଦେବା ପାଇଁ ସ୍ଥଳସେନା ଓ ବାୟୁସେନାର ଅନୁରୋଧକ୍ରମେ ନୌସେନା ସର୍ଭେଲାନ୍ସ କାମ କରୁଛି । ନୌସେନାର ଶକ୍ତିକୁ ବୃଦ୍ଧି କରିବା ପାଇଁ ଦୁଇଟି ଏମକ୍ୟୁ ୯ବି ସି ଗାର୍ଡିୟାନ ଡ୍ରୋନ ନିଲାମ ଜରିଆରେ ଆମେରିକାରୁ ଅଣାଯାଇଛି । ଏହା ୩୩ ଘଣ୍ଟା ଧରି କାର୍ଯ୍ୟକ୍ଷମ ରହିପାରିବ । ଚାଇନାର ମାଛଧରା ଓ ରିସର୍ଚ୍ଚ ଜାହାଜ ଗୁଡ଼ିକ ସୀମାନ୍ତରେ ବୁଲୁଛନ୍ତି । ହେଲେ ନୌସେନାର ସତର୍କତା ଯୋଗୁ ସେମାନେ ଭାରତୀୟ ସୀମାକୁ କେବେ ହେଲେ ପ୍ରବେଶ କରିନାହାନ୍ତି । ୨୦୦୮ରୁ ଭାରତୀୟ ମହାସଗାରରେ କେବଳ ୩ଟି ଚାଇନିଜ ଯୁଦ୍ଧ ଜାହାଜ ମୁତୟନ ହୋଇ ରହିଛନ୍ତି । ଆକାଶ ମାର୍ଗରେ ଅପରେସନ କରିବା ନୌସେନାର ମୁଖ୍ୟ ବ୍ୟାପାର । ସମୁଦ୍ର ଉପରେ ରଣକୌଶଳକୁ ଶକ୍ତ କରିବା ଏବେ ଓ ଆଗକୁ ଜରୁରୀ । ଏହା ଉପରେ ନୌସେନା କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.