ନୂଆବର୍ଷରୁ ଖୋଲିପାରେ କଲେଜ, ୨ରୁ ଖୋଲିପାରେ ସ୍କୁଲ

0 73

ଭୁବନେଶ୍ବର ୧୦।୧୨ : ନୂଆବର୍ଷରୁ ଖୋଲିପାରେ କଲେଜ । ନୂଆବର୍ଷରୁ କଲେଜ ଖୋଲିବା ନେଇ ଆଶା ରଖାଯାଇଛି। ଖୁବଶୀଘ୍ର ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ୟୁଜି ଓ ପିଜି ସେମିଷ୍ଟର ଘୁଞ୍ଚିବ । ୭୦ରୁ ୮୦ ଦିନ ପାଠପଢା ପରେ ପରୀକ୍ଷା କରାଯିବ । କଲେଜ ଖୋଲିବା ବିଳମ୍ବ ହେଲେ ପାଠ୍ୟକ୍ରମ ହ୍ରାସ କରାଯିବ । ଅନଲାଇନ ପଢ଼ାରେ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢ଼ିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ସୂଚନା ଦେଇଛନ୍ତି । ସେପଟେ ଜାନୁଆରୀ ୨ରୁ ସ୍କୁଲ ଖୋଲିପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଏନେଇ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ଘୋଷଣା କରିବେ । ସ୍କୁଲ ଖୋଲିବା ପରେ ଶନି ଓ ରବିବାର ଛୁଟି ବାତିଲ ହେବ ବୋଲି ସୂତ୍ରରୁ ସୂଚନା ମିଳୁଛି । କରୋନା ମହାମାରୀ ଯୋଗୁ ପ୍ରାୟ ୯ ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରୁ ସ୍କୁଲ, କଲେଜ୍ ଖୋଲିବା ନେଇ ବୋଲି ଆଶା ରଖାଯାଇଛି।

Leave A Reply

Your email address will not be published.