ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ

0 66

କେନ୍ଦୁଝର: ଜେନେରେଟର୍ ଲଗାଇ ଶୋଇଥିବା ବେଳେ ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର କାଠବାଡ଼ି ଗାଁରେ । ଗତକାଲି ଗାଁରେ ଏକ ବାହାଘର ଭୋଜି ଚାଲିଥିଲା। ଭୋଜି ସରିବା ପରେ ବିଦ୍ୟୁତ ଚାଲି ଯାଇଥିଲା। ଫଳରେ ଜେନେରେଟର୍ ଲଗାଇ ଗାଁର ବାଦଲ ନାଏକ(୧୫) , ବାଇଧର ନାଏକ(୩୦) , ଶମ୍ଭୁନାଥ ନାଏକ(୧୫) ଓ ଆକାଶୀ ନାଏକ(୧୬) ଗୋଟିଏ କୋଠରୀରେ ଶୋଇଥିଲେ। ବିଳମ୍ବିତ ରାତିରେ ସମସ୍ତେ  ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିଲେ। ଜଣେ ସମ୍ପର୍କୀୟ ସେମାନଙ୍କୁ ଦେଖିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାଦଲ ଓ ବାଇଧରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶମ୍ଭୁନାଥ ଓ ଆକାଶୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଗୁରୁତର  ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.