ଗିରଫ ହେଲେ ଭି.ଜେ ଚିତ୍ରାଙ୍କ ସ୍ୱାମୀ

0 78

ଚେନ୍ନାଇ, ୧୫ ।୧୨: ତାମିଲ ଟେଲିଭିଜନ୍ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ହେମନ୍ତଙ୍କୁ ଗିରଫ କରାଯାଇଛି । ଚିତ୍ରାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ପୁଲିସ୍ ହେମନ୍ତଙ୍କୁ ଗିରଫ କରିଛି । ଏକାଧିକ ଥର ଜେରା କରିବା ପରେ ପୁଲିସ୍ ତାଙ୍କୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଚିତ୍ରା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆର୍ଥିକ ସମସ୍ୟା ନେଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ବି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ତାଙ୍କ ସ୍ୱାମୀ ଉସୁକାଇଥିବା ଅଭିଯୋଗ ହୋଇଛି । ଏହା ପଛରେ ଅଲଗା କରାଣ ଥିବା ଜଣାପଡ଼ିଛି । ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟିଭିରେ ଚିତ୍ରାଙ୍କ ଏକ ଅନ୍ତରଙ୍ଗ ସିନ୍କୁ ନେଇ ହେମନ୍ତ ଖୁସି ନଥିଲେ । ଏଥିପାଇଁ ସେ ଚିତ୍ରାଙ୍କ ଉପରେ ରାଗିଥିଲେ । ଏମିତିକି ଯେଉଁଦିନ ଚିତ୍ରାଙ୍କ ମୃତ୍ୟୁ ହେଲା ସେହିଦିନ ହେମନ୍ତ ତାଙ୍କୁ ଠେଲାପେଲା ବି କରିଥିଲେ । ଡିସେମ୍ବର ୧୦ ତାରିଖରେ ଚେନ୍ନାଇର ଏକ ହୋଟେଲ୍ ବାହାରୁ ଚିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଚିତ୍ରାଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ହତ୍ୟା କରିଥିବା ନେଇ ତାଙ୍କ ମା’ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ, ହେମନ୍ତ ଓ ଚିତ୍ରା କିଛି ମାସ ତଳେ ବିବାହ କରିଥିଲେ ।

Leave A Reply

Your email address will not be published.