ଯାତ୍ରୀବାହୀ ବସ୍ ଓ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା

0 78

୭ ମୃତ, ୨୫ ଆହତ

ଲକ୍ଷେ୍ନø, ୧୬ ।୧୨: ବୁଧବାର ସକାଳୁ ସକାଳୁ ଉତ୍ତରପ୍ରଦେଶରେ ଘଟଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମ୍ଭଲର ଧନାରୀ ଥାନା ନିକଟସ୍ଥ ଏନଏଚ୍-୫୦୯ରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଗ୍ୟାସ ଟ୍ୟାଙ୍କର । ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ସକାଳେ ଘନ କୁହୁଡ଼ି ଯୋଗୁ ରାସ୍ତା ସ୍ପଷ୍ଠ ଦେଖାଯାଉନଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ସମ୍ଭଲର ଧନାରୀ ଥାନା ନିକଟସ୍ଥ ମୁରାଦାବାଦ-ଆଗ୍ରା ଏନଏଚରେ ଏକ ରୋଡୱେଜ୍ ବସ୍ ଓ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତମାନଙକୁ ଡାକ୍ତରଖାନା ପଠାଇଥିବାବେଳେ ମୃତକମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛି । କୁହାଯାଉଛି ଯେ କିଛି ଆହତଙ୍କ ଅବସ୍ଥା ଗୁରତର ରହିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.