ଦିଲ୍ଲୀ ଏମ୍ସରେ ନର୍ସଙ୍କ ଆନ୍ଦୋଳନ ସ୍ଥଗିତ

0 83

ନୂଆଦିଲ୍ଲୀ ୧୬ ।୧୨: ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ସହ ଦୁଇ ଘଣ୍ଟାର ବୈଠକ ପରେ ମଙ୍ଗଳବାର ରାତିରେ ନର୍ସିଂ ୟୁନିଅନ୍ ଧର୍ମଘଟ ସ୍ଥଗିତ ରଖିଛନ୍ତି । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ପ୍ରାୟ ୫ ହଜାର ନର୍ସ ସୋମବାର ଷଷ୍ଠ କେନ୍ଦ୍ରୀୟ ଅର୍ଥ ଆୟୋଗ ସହ ଜଡିତ ବିଭିନ୍ନ ଦାବି ନେଇ ଧର୍ମଘଟ କରିଥିଲେ । ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି ଯେ, ନର୍ସମାନେ ଧର୍ମଘଟ ସ୍ଥଗିତ କରି କାମ ଆରମ୍ଭ କରିଛନ୍ତି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ହ୍ସପିଟାଲ କର୍ତ୍ତୃପକ୍ଷ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘକୁ ଆଶ୍ୱାସନା ଦିଆଯାଇଥିଲା ଯେ ସେମାନଙ୍କର ସମସ୍ତ ସ୍ଥାନୀୟ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ । ଯେଉଁଠି କି ମନ୍ତ୍ରଣାଳୟ ସହ ଜଡିତ ମାମଲା ଯଥାଶୀଘ୍ର ପୃଥକ ଭାବରେ ସମାଧାନ କରାଯିବ । ଅଧିକାରୀ କହିଛନ୍ତି ଯେ, ବୈଠକ ପରେ ସଂଘ ଧର୍ମଘଟ ସ୍ଥଗିତ ରଖିଛି ।

Leave A Reply

Your email address will not be published.