ରାଜ୍ୟରେ ଆଜି ୩୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ମଧ୍ୟରେ ସୀମତି ରହୁଥିବା ବେଳେ ଗତକାଲି ଏହା ୪୦୦ ଠାରୁ ଅଧିକ ଥିବା ଜଣାପଡିଥିଲା। ମାତ୍ର ଏଥିରେ ଆଜି ହ୍ରାସ ପାଇ ୨୪ ଘଣ୍ଟାରେ ଆଉ ୩୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୦୩, ସ୍ଥାନୀୟ ୧୪୮। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫, ୧୪୭ରେ ପହଞ୍ଚିଛି। ୩,୨୦,୨୦୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୬୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୨ ଆକ୍ରାନ୍ତ। ଅନୁଗୁଳରୁ ୪୧, ବାଲେଶ୍ୱର ୧୭, ବରଗଡ ୮, ଭଦ୍ରକ ୫, ବଲାଙ୍ଗୀର ୧୦, ବୌଦ୍ଧ ୨, କଟକ ୨୭, ଦେଓଗଡ ୨, ଢେଙ୍କାନାଳ ୩, ଗଞ୍ଜାମ ୨, ଜଗତସିଂହପୁର ୮, ଯାଜପୁର ୬, ଝାରସୁଗୁଡା ୧୧, କଳାହାଣ୍ଡି ୩, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୮, କୋରାପୁଟ ୧, ମାଲକାନଗିରି ୨, ମୟୁରଭଞ୍ଜ ୧୭, ନବରଙ୍ଗପୁର ୬, ନୟାଗଡ ୧, ନୂଆପଡ଼ା ୨୧, ପୁରୀ ୩, ସମ୍ବଲପୁର ୨୬, ସୋନପୁର ୧, ସୁନ୍ଦରଗଡ ୪୭, ଷ୍ଟେଟ ପୁଲରୁ ୧୨ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *