କଷ୍ଟମ ବିଭାଗରୁ ୧ କୋଟି ଟଙ୍କାର ସୁନା ଗାଏବ

0 70

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ ଥିବା କଷ୍ଟମ ବିଭାଗରୁ ସୁନା ଗାଏବ । ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଗାଏବ ହୋଇଯାଇଥିବା ଜଣାପଡ଼ିଛି । ଗୁଜରାଟ ଜାମନଗରରେ ଥିବା କଷ୍ଟମ ବିଭାଗରୁ ଏହି ସବୁ ସୁନା ଗାଏବ ହୋଇଛି । ପୁଲିସ ଏବେ ଅଜ୍ଞାତ କର୍ମଚାରୀଙ୍କ ନାମରେ ଏତଲା ଦାୟର କରି ତଦନ୍ତ ଚଳାଇଛି । ଜାମନଗର ଡିଭିଜନର ପୁଲିସ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ଏହି କଷ୍ଟମ ବିଭାଗ ଜାମନଗର ପୂର୍ବରୁ ଭୁଜରେ ଥିଲା । ୨୦୦୧ରେ ଭୂମିକମ୍ପ ହେବା ପରେ ଜାମନଗର ଅଫିସକୁ ଭୂଜ ଅଫିସର ଜିନିଷ ସ୍ଥାନାନ୍ତର ହୋଇଥିଲା । ଏବେ ଭୂଜ ଅଫିସ ତାର ଜିନିଷ ନେବ ବୋଲି କହିଥିଲା । ଏହାପରେ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଗାଏବ ରହିଥିବା ଜଣାପଡ଼ିଛି । ମୋଟ୍ ସୁନାର ଓଜନ ୨,୧୫୬.୭୨୨ ଗ୍ରାମ୍ ରହିଛି । ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ତାମିଲନାଡୁ ସିବିଆଇ ହେପାଜତରୁ ୧୦୩ କେଜି ସୁନା (ପ୍ରାୟ ୪୩ କୋଟି ଟଙ୍କା) ଗାଏବ ହୋଇଥିବା ଜଣାପଡ଼ିଥିଲା । ଏବେ ଏହି ଘଟଣାର ତଦନ୍ତ ପାଇଁ ମାଡ୍ରାସ୍ ହାଇକୋର୍ଟ ତାମିଲନାଡୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଚେନ୍ନାଇର ସୁରନା କର୍ପୋରେସନ ଲିମିଟେଡ୍ ଉପରେ ଚଢ଼ଉ କରି ସିବିଆଇ ୨୦୧୨ ମସିହାରେ ୪୦୦ କେଜି ସୁନା ଜବତ କରିଥିଲା । ଆଉ ଗମ୍ବୁଜ ବାଲା ଘରେ ତାଲା ପକାଇ ରଖିଥିଲା ସିବିଆଇ । ଏହାର ତାଲା ସିବିଆଇ କୋର୍ଟଙ୍କୁ ଦିଆଯାଇଥିଲା ବୋଲି ସିବିଆଇ କହିଛି । ହେଲେ ତାଲା ହସ୍ତାନ୍ତରର କୌଣସି ରେକର୍ଡ ନାହିଁ ।

Leave A Reply

Your email address will not be published.