ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୧୦୭ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ

0 73

ବାଙ୍କୀ: ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ବାଙ୍କୀ ବ୍ଲକ କଦଳିବାଦୀ ପଞ୍ଚାୟତ ସେବାଶ୍ରମ ବିଦ୍ୟାଳୟ ଠାରେ ଆଜି ୬୦ଜଣଙ୍କ ଠାରୁ ସ୍ୱାବ ସଂଗ୍ରହକରାଯାଇଥିଲା । ୬୦ଙ୍କ ମଧ୍ୟରୁ ୩୯ଜଣଙ୍କ ଆଣ୍ଟିଜେନ ସ୍ୱାବ ଓ ୨୧ଜଣଙ୍କ ଠାରୁ ଆଟିଫିସିଆଲସଂଗ୍ରହ କରାଯାଇଛି । ୩୯ଜଣଙ୍କ ଠାରୁ ଆଣ୍ଟିଜେନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଗଲା । ସମସ୍ତଙ୍କ ନେଗେଟିଭି ଜଣାଯାଇଛି ।୨୧ଜଣଙ୍କ ଠାରୁ ସଂଗ୍ରହ କରାଯାଇଥିବା ଆଟିଫିସିଆଲ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ କଟକ ପଠା ଯାଇଛି । ସ୍ୱାବ ସଂଗ୍ରହ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଡାକ୍ତର ଅମରେଶ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାବ ସଂଗ୍ରହ କାର୍ଯ୍ୟକ୍ରମକୁ ଡାକ୍ତର ଇନ୍ଦିରା ପ୍ରିୟଦର୍ଶୀ ଦାସ ପରିଚାଳନା କରିଥିଲାବେଳେ ମାନ ଭଞ୍ଜନ ଦଳେଇ, ନିବେଦିତା ମିଶ୍ର, ଶୃତି ରେଖା ବେହେରା ,ସରସ୍ୱତୀ ସାଠୁଆ, ସୁନୀଲ ରାଉତ,ଲିତା ମାଝୀ, ସୁଚାରିତା ସାହୁ,ଶ୍ରଦ୍ଧାଞ୍ଜଳି ପ୍ରଧାନ,ପ୍ରୀତବସ ସେଠ,ସନ୍ତୋଷ ସାହୁ ପ୍ରମୁଖ ସ୍ୱାବ ସଂଗ୍ରହରେ ସହଯୋଗ କରିଥିଲେ । ଉକ୍ତ ସ୍ୱାବ ସଂଗ୍ରହ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରକାଶ ବେହେରା, ଅଙ୍ଗନବାଡି କର୍ମି ଓ ଆଶା କର୍ମୀ ସହଯୋଗ କରିଥିଲେ । ସେହିପରି ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁବର୍ଣ୍ଣ ପୁର , ବୈଦେଶ୍ୱର, କଳାପଥର ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଆଜି ୪୭ଜଣଙ୍କ ଠାରୁ ଆଣ୍ଟିଜେନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସମସ୍ତ ୪୭ଜଣଙ୍କ ଆଣ୍ଟିଜେନ ପରୀକ୍ଷାରୁ ସମସ୍ତଙ୍କ ନେଗେଟିଭି ଜଣା ଯାଇଛି ।

Leave A Reply

Your email address will not be published.