ନିଖୋଜ ନାବାଳକକୁ ମୋହନା ପୋଲିସ ଉଦ୍ଧାର କଲା

0 72


ପାରଳାଖେମୁଣ୍ଡି, ୨୩ା୧୨ : ଗଜପତି ଜିଲ୍ଲା ମୋହନା ଥାନାରେ ଶନିବାର ଏକ ନାବାଳକ ନିଖୋଜ ଘଟଣାର ଅଭିଯୋଗ ହେବା ପରେ ପୋଲିସ ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିଥିଲା । ମୋହନା ଥାନା ପାଞ୍ଚଆମ୍ବ ଘାଇ ସାହିର ନାବାଳକ ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି ମୋହନା ପୋଲିସ । ନାବାଳକ ଜଣକ ଅପହରଣ ହୋଇନଥିଲା ବରଂ ସେ ତାଙ୍କ ନିଜ ବଡମାଁଙ୍କ ଘରକୁ ଯାଇ ରହିଥିଲା । ଘଟଣାରୁ ପ୍ରକାଶ ଯେ ଅଡବା ଥାନା ଅନ୍ତର୍ଗତ ତୁରାଣିପାଣି ଗାଁ ସ୍ଥିତ ନିଜ ବଡମା ଘରୁ ଉଦ୍ଧାର କରିଛି ପୋଲିସ । ସେ ପ୍ରାୟ ୭ ଦିନ ପୂର୍ବେ ନିଜ ବଡମାଁଙ୍କ ଘରକୁ ଯାଇଥିଲେ । ଯେତେବେଳେ ସେ ତାଙ୍କ ମାତାଙ୍କ ପାଖକୁ ଫେରାଇବାକୁ ମନା କରିଦେଇଥିଲେ ସେତେବେଳେ ମୋହନା ଥାନାକୁ ଆସି ମାଁ ଫାବିନା ଜିଣିଶୁଣି ନିଖୋଜ ଏବଂ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ । ତାଙ୍କୁ କେହି ଅପହରଣ କରିନଥିଲେ । ଯେହେତୁ ତାଙ୍କ ମା କୁଲି କାମ କରିବାକୁ ବାହାକୁ ଯାଇଥିଲେ ଏବଂ ସେ ତାଙ୍କ ଘରେ ଏକୁଟିଆଥିଲେ । ଫଳରେ ନାବାଳକଟି ନିଜ ବଡମାଁଙ୍କ ଘରକୁ ଚାଲିଯାଇଥିଲା । ତେବେ ପୋଲିସ ନାବାଳକକୁ ଫେରାଇ ଆଣିବା ସହ ପାରଳାଖେମୁଣ୍ଡି ସ୍ଥିତ ସି.ଡବ୍ଲ୍ୟୁ.ସି.କୁ ହସ୍ତାନ୍ତର କରା ଯାଇଥିବାର ମୋହନା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.