ନୀଳଗିରି କୃଷକ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

0 64

କୋଲନରା- ନୀଳଗିରି କାଠ ର ଦାମ ଟନ ପ୍ରତି ବୃଦ୍ଧି ନିମନ୍ତେ ରାୟଗଡା ଜିଲ୍ଲା କୃଷକ ସଂଘ  ପକ୍ଷରୁ ଏକ ଦାବୀ ପତ୍ର ଜେ କେ କାଗଜ଼ କଳ ର ମହାପ୍ରବନ୍ଧ ଙ୍କୁ ପ୍ରଦାନ କରାଯାଇଛି ।ବର୍ତ୍ତମାନ ନିଳଗିରି କାଠର ଦାମ ଟନ ପ୍ରତି ୪୧୫୦ ଟଙ୍କା ରେ କମ୍ପାନୀ କିଣି ନେଉଥିବା ବେଳେ ଡିଜେଲ ଦର, ଶ୍ରମିକ ମଜୁରୀ, ସାର ର ମୁଲ୍ୟ, ଟ୍ରାକ୍ଟର ଭଡା, ଓ କମ୍ପାନୀ ପକ୍ଷରୁ ଚାଷୀ ଙ୍କୁ ଯୋଗାଉ ଥିବା ନୀଳଗିରି ଚାରା ର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁଁ ଚାଷୀ କୁଳ କ୍ଷତି ସହୁଥିବା ଏହି ଦାବୀ ପତ୍ର ରେ ଉଲେଖ ରହିଛି ।ସେହିପରି ୨୦୧୦ ମସିହାରେ ଟନ ପ୍ରତି ନୀଳଗିରି କାଠ ମୁଲ୍ୟ ୪୬୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୪୧୫୦ ଟଙ୍କା କୁ କମି ଯାଇଛି ।ସେହିପରି ସେହି ସମୟରେ ଶ୍ରମିକଙ୍କ ପାରିଶ୍ରମିକ୨୦୦ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ଶ୍ରମିକ ୬୦୦ଶହ ଟଙ୍କା ନେଉଥିବା ଦାବୀପତ୍ର ରେ ଉଲ୍ଲେଖ ରହିଛି ।ଏହି ଦାବୀପତ୍ର ପ୍ରଦାନ ସମୟରେ ନୀଳ ଗିରୀ କୃଷକସଙ୍ଘ ପକ୍ଷରୁ ମୂର୍ତ୍ତି ମିନିୟକା, ସୁନ୍ଦର ବିଡିକା, ନିସିକା ରୁପା,ଶଙ୍କର ଅଟୋକା,ଜାଗିଲି ପୁଲକା ,ପିତାମ୍ବର କାଦ୍ରାକା ପ୍ରମୁଖ ଉପସ୍ଥିତ ଥିଲେ ।Attachments area

Leave A Reply

Your email address will not be published.