ସ୍ୱାଧିନତା ଅନ୍ଦୋଳନ ବେଳେ ପଶ୍ଚିମବଙ୍ଗ ହିଁ ଦେଶକୁ ଦିଗ ଦେଇଥିଲା : ମୋଦି

0 73

କୋଲକାତା, ୨୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷୀକି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ଛାତଛାତ୍ରୀଙ୍କୁ ସମ୍ବୋଧନ ମଧ୍ୟ ଦେଇଛନ୍ତି । ସମ୍ବୋଧନରେ ସେ ସ୍ୱାମୀ ବିବେକାନନ୍ଦ, ରବିନ୍ଦ୍ରନାଥ ଟାଗୋରଙ୍କ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ଦୁଇ ମହାନାୟକ ସର୍ବଦା ରାଷ୍ଟ୍ରବାଦର ପ୍ରେରଣା ଦେଇଥାନ୍ତି ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁରୁଦେବଙ୍କ ବଡ ଭାଇ ସତ୍ୟେନ୍ଦ୍ର ନାଥ ଟାଗୋରଙ୍କୁ ନିଯୁକ୍ତି ଗୁଜୁରାଟରେ ହୋଇଥିଲା । ସେତେବେଳେ ରବିନ୍ଦ୍ରନାଥ ଟାଗୋର ଅହମ୍ମଦାବାଦ ଆସୁଥିଲେ । ଗୁଜୁରାଟର ଝିଅ ଗୁରୁଦେବଙ୍କ ବୋହୂ ହୋଇଥିଲେ । ଗୁରୁଦେବ ସର୍ବଦା ଲକ୍ଷ୍ୟପ୍ରାପ୍ତି ପାଇଁ ଏକଲା ଚାଲିବାକୁ କହୁଥିଲେ । ବିଶ୍ୱଭାରତୀ ପ୍ରତିଷ୍ଠା ପଛରେ ବିଶ୍ୱଗୁରୁଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚିନ୍ତନ ରହିଛି । ସ୍ୱାଧିନତା ଅନ୍ଦୋଳନ ବେଳେ ପଶ୍ଚିମବଙ୍ଗ ହିଁ ଦେଶକୁ ଦିଗ ଦେଇଥିଲା । ଏହାସହ ଗୁରୁଦେବଙ୍କ ଦର୍ଶନ ହିଁ ଆତ୍ମନିର୍ଭର ଭାରତ ପାଇଁ ସାର ସଦୃଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାମକୃଷ୍ଣ ପରମହଂସଙ୍କ ପାଇଁ ଦେଶ ସ୍ୱାମୀ ବିବେକାନନ୍ଦଙ୍କୁ ପାଇଥିଲା । ପଶ୍ଚିମବଙ୍ଗର ଅନେକ ଯୋଦ୍ଧା ମରଣକୁ ଖାତିର ନକରି ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ । ଯାହା ରାଷ୍ଟ୍ରବାଦର ଛବିକୁ ପ୍ରଦର୍ଶିତ କରିଥାଏ । ଏହାସହ ମୋଦୀ ରାମାନୁଚାର୍ଯ୍ୟଙ୍କ ସହ, ମୀରାବାଇ, କବୀର ଦାସ, ସୁରଦାସଙ୍କ ଉଦାହରଣ ଦେଇଥିଲେ । ଏତଦବ୍ୟତୀତ ଚଳିତ ବର୍ଷ କରୋନା ପାଇଁ ବିଶ୍ୱଭାରତୀରେ ମେଳାର ଆୟୋଜନ ହୋଇନାହିଁ । ଯେଉଁମାନେ କଳାକୃତି ତିଆରି କରିଛନ୍ତି ତାକୁ ଅନଲାଇନରେ ବିକ୍ରି କିପରି କରାଯିବ ସେନେଇ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.