ଅଟୋ-ଟ୍ରକ ଧକ୍କା: ଗୋଟିଏ ପରିବାରର ୪ ମୃତ

0 72

ତେଲେଙ୍ଗାନା: କିଛି ମଜୁରିଆଙ୍କୁ ଧରି ଯିବା ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଅଟୋ । ତେବେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଅଟୋଟିକୁ ବାଡ଼େଇ ଦେବାରୁ ଦୁର୍ଘଟଣା ଘଟିଛି । ଅଟୋକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ତେଲେଙ୍ଗାନାର ବିକାରବାଦ ଜିଲ୍ଲାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଟ୍ରକଟି ଭାରସାମ୍ୟ ହରାଇ ଅଟୋଟିକୁ ଧକ୍କା ଦେଇଥିଲା ତେଣୁ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି । ମୋମିନପେଟ ବ୍ଲକର ଇଜ୍ଜରା ଚିତ୍ତମପଲ୍ଲୀ ଗାଁରେ ଏହି ଦୁର୍ଘଟଣା ଘଟିଛି । ଶନିବାର ସକାଳେ ତେଲେଙ୍ଗାନାର ବିକାରାବାଦ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଏହି ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୪ ଜଣ ଆହତ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଚାରି ଜଣ ମହିଳା ରହିଛନ୍ତି । ପୁଲିସ କହିଛି ଯେ ସକାଳେ କୁହୁଡ଼ି ଥିବାରୁ ରାସ୍ତା ଠିକ୍ ଭାବରେ ଦେଖାଯାଉନଥିଲା । ତେଣୁ ଏଭଳି ଦୁର୍ଘଟଣା ହୋଇଥାଇପାରେ । ମୃତକଙ୍କ ମଧ୍ୟରେ ଅଟୋ ଚାଳକ ସଚିନ ବାଇ (୫୫) ସହିତ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଗ୍ରାମବାସୀ ଏକାଠି ହୋଇ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

Leave A Reply

Your email address will not be published.