ପ୍ରେମିକ ସହ ନାବାଳିକା ଫେରାର

0 73

ପାରଳାଖେମୁଣ୍ଡି,୨୮ା୧୨ – ଗଜପତି ଜିଲ୍ଲା କାଶୀନଗର ସହରରୁ ଜଣେ ନାବାଳିକା ପ୍ରେମିକ ସହ ଫେରାର ଥିବା ଥାନାରେ ତାଙ୍କ ପିତା ଅଭିଯୋଗ କରିଛନ୍ତି । ସେ ଗତ ୨୬ତାରିଖ ବିଳମ୍ବିତ ସନ୍ଧ୍ୟା ସମୟରୁ ନିଜ ବାସଭବନରୁ କେଉଁ ଆଡେ ଚାଲିଯାଇ ଥିବାର ତାଙ୍କ ପିତା ଜଣାଇଛନ୍ତି । ଏନେଇ କାଶୀନଗର ଥାନାରେ ୧୨୮/୨୦ରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ନାବାଳିକାର ପିତା ଥାନାରେ ଅଭିଯୋଗ କରିଛନ୍ତି, ଜଣେ ଯୁବକଙ୍କ ସହ ତାଙ୍କ ଝିଅ ଫେରାର ଥିବା ସେ ସନ୍ଦେହ କରୁଛନ୍ତି । ଏନେଇ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଜଣାଇଛନ୍ତି ଯେ,ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଘଟଣାଟି ନାବାଳିକା ସମ୍ପର୍କରେ ହୋଇଥିବାରୁ ସତର୍କ ଅବଲମ୍ବନ କରାଯାଇ ତଦନ୍ତ ଜାରି ରହିଛି । ନାବାଳିକାର ପିତା ଅଭିଯୋଗ କରିଥିବା ଯୁବକ ଜଣକ ମଧ୍ୟ ତାର ଘରେ ଗତ ୨୬ ତାରିଖ ରାତ୍ରରୁ ଉପସ୍ଥିତ ନଥିବା ଥାନା ଅଧିକାରୀ ଜଣାଇଛନ୍ତି । ତଥାପି ଏ ନେଇ ବିଭିନ୍ନ ତଥ୍ୟକୁ ଆଧାର କରି ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.