କପା ତୋଳିବା ବେଳେ ଶାଢୀ ରେ ନିଆଁ ଲାଗି ମହିଳା ମୃତ୍ୟୁ

0 54

କଲ୍ୟାଣ ସିଂହପୁର ( ଡ଼ି କେ ନ୍ୟୁଜ ତା.୨୮/୧୨): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ନାରାୟଣ ପୁର ଗ୍ରାମ ପଞ୍ଚାୟତ ଶିରିପୁର ଗ୍ରାମର ବିଧବା ମହିଳା କୁମୁଟାଣି କାଡ୍ରାକା (୬୫) କପା ତୋଳିବା ବେଳେ ଶାଢ଼ୀ ରେ ନିଆଁ ଲାଗି ମୃତ୍ୟୁ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗତକାଲି ରବିବାର ଅପରାହ୍ନ ସମୟରେ ଗାଁ ନିକଟସ୍ଥ ନିଜ ଭାଇ ଙ୍କ କପା ଗୁଡ଼ିଆ ରେ ଅଣ୍ଟି ରେ କପା ଧରି ତୋଲୁ ଥିଲେ।  ହାଲିଆ ହେବାରୁ ଅଣ୍ଟିରେ କପା ଧରି ବସି ପିକା ଲଗାଇବା ପାଇଁ ନିଆଁ ପେଡି ମାରିଥିଲେ। ନିଆଁ ପେଡି ମାରିବା ବେଳେ ନିଆଁ ଟି ନିଜ କପା ଧରିଥିବା ଅଣ୍ଟିରେ ନିଆଁ ପଡିଯାଇଥିଲା।ସେ ବୟସ୍କ ହୋଇ ଥିବାରୁ କିଛି ଜାଣି ପାରି ନ ଥିଲେ। ନିଆଁ ଆସ୍ତେ ଆସ୍ତେ କପା ରେ ଲାଗି ପିନ୍ଧି ଥିବା ଶାଢ଼ୀ ରେ ନିଆଁ ଲାଗି ଯାଇ ପୋଡିଯାଇଥିଲେ। ସେତେବେଳେ ନିକଟରେ କୌଣସି ଲୋକମାନେ  ନ ଥିଲେ। ମହିଳା ପୋଡି ଯାଉଥିବା ବେଳେ ଚିତ୍କାର କରିବାରୁ କିଛି ମହିଳା ମାନେ ଦେଖିଯାଇଥିଲେ। ସେତେବେଳେ ପିନ୍ଧି ଥିବା ବସ୍ତ୍ର ପୋଡି ବେହସ ହୋଇ ପଡ଼ିରହିଥିଲେ। ଗ୍ରାମର କିଛି ମହିଳା ବସ୍ତ୍ର ଘୋଡାଇ ୧୦୮ ଆମ୍ବୁଲାନ୍ସ ଯୋଗେ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ସମ୍ୟରଞ୍ଜନ ଜେନା ପ୍ରାଥମିକ ଚିକିତ୍ସା କରି ମହିଳା ଟି ପ୍ରାୟ ୮୦ ଭାଗ ରୁ ଉର୍ଦ୍ଧ୍ବ ପୋଡି ଯାଇଥିବା ଯୋଗୁଁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ସେଠାରୁ କୋରାପୁଟ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇବା ପାଇଁ ବ୍ୟବସ୍ଥା କରିଥିବା ବେଳେ ଆଜି ସକାଳ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁ ବରଣ କରିଛନ୍ତି। ଉକ୍ତ ଘଟଣା ବିଷୟରେ ଭାଇ ଶ୍ରୀପତି କାଡ୍ରାକା ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତି କରି ଏସ ଆଇ ବିମଲ କହଁର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଙ୍କୁ ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.