ସ୍ଥିତିବାନ ଜମି ଉପରେ ଖଣି ମାଫିଆଙ୍କ ଆତଙ୍କରାଜ

0 69

ଖୋର୍ଦ୍ଧା : ଧଉଳିମୁହଁ ଗ୍ରାମପଂଚାୟତ ଅଧିନସ୍ଥ ନରସିଂହପ୍ରସାଦ ଗ୍ରାମର ସୁବାସିନି ନରେନ୍ଦ୍ର ଜିତ୍ସିଂ, ସ୍ୱାମୀ-ପ୍ରଦପ ନରେନ୍ଦ୍ରଜିତ୍ସିଂଙ୍କର ସ୍ଥିତିବାନ ଜମିର ପ୍ଲଟ ନଂ.୭୬, ୧୪୭, ୧୬, ୮୯୫, ୯୩, ୯୨, ୩୦ ଖାତା ନଂ.୩୭୭/୦୬, ମୋ÷ଜା-ନରସିଂହପ୍ରସାଦରୁ ମହତପଲ୍ଲା ଗ୍ରାମର ଧୀରେ ଭଟ୍ଟ, ରାକେଶ ଜେନା, ମଳିପଡ଼ାର ଆଶିଷ ପାହାଡ଼ସିଂହ, ମୁଣ୍ଡିଆ ବେହେରା ଗ୍ରାମ ରାମଚଣ୍ଡିର ବସନ୍ତ ଛୁଆସିଂହ, ଗ୍ରାମ ଧଉଳିମୁହଁ ଏମାନଙ୍କ ସହିତ ଆଉ ୧୦ରୁ ୧୫ଜଣ ଦୁର୍ବତ ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଦୀର୍ଘ ଦିନ ହେବ ଉକ୍ତ ଜମି ଗୁଡ଼ିକୁ ବେଆଇନ ଭାବରେ ଲଘୁ ଖଣିଜ ଦ୍ରବ୍ୟ ଯଥା ମାଙ୍କଡ଼ା ପଥର ଓ ମୋରମ ଦୈନିକ ଶହ ଶହ ସଂଖ୍ୟାରେ ଟ୍ରକ ଉତୋଳନ କରି ଅନ୍ୟତ୍ର ଚାଲଣ କରୁଛନ୍ତି । ଏହା ଦ୍ୱାରା ଉକ୍ତ ଚାଷ ଜମି ନଷ୍ଟ ହେବା ସହ ଚାଷ ନିମନ୍ତେ ବ୍ୟବହାର ଉପଯୋଗୀ ହୋଇ ପାରୁ ନାହିଁ । ଏହା ବ୍ୟତୀତ ଉକ୍ତ ପ୍ଲଟ ଗୁଡ଼ିକ ଉପରେ ସେ ଲଗାଇଥିବା କାଜୁ ଗଛ ଗୁଡ଼ିକ ସବୁ କାଟି ଖଣି ଉତୋଳନ କରୁଛନ୍ତି । ଏ ସମ୍ପର୍କରେ ଶ୍ରୀମତୀ ସୁବାସିନି ନରେନ୍ଦ୍ର ଜିତ୍ ସିଂହ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୋ÷ଣସି ସୁଫଳ ମିଳି ପାରି ନାହିଁ । ଉକ୍ତ ଜମିକୁ ସେ ପ୍ରବେଶ କରିବା ମାତ୍ରେକ ଅସାମାଜିକ ବ୍ୟକ୍ତିମାନେ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ତାଙ୍କୁ ଭୟଭିତ କରାଉଛନ୍ତି । ଏପରିକି ଭାବରେ ଅନେକ ମାଙ୍କଡ଼ାପଥର ଖଣି ଜିଲ୍ଲା ପ୍ରଶାସନର ଜ୍ଞାତ ସାରରେ ଖନନ କରାଯାଉଥଲେ ମଧ୍ୟ ସେଥିରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତମାନଙ୍କ ବିରୁଦ୍ଧରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏ ସମ୍ପର୍କରେ ଶ୍ରୀମତୀ ନରେନ୍ଦ୍ରଜିତ୍ ସିଂ ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ପୁରୀ ଏବଂ ଏସଟିଏଫ ଭୁବନେଶ୍ୱରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.