୧୦୦ ତମ କୃଷକ ରେଳକୁ ସବୁଜ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

0 70

ନୂଆଦିଲ୍ଲୀ,୨୮ ।୧୨: ଚଳିତ ବର୍ଷ ୭ ଅଗଷ୍ଟରେ କୃଷକ ରେଳର ଶୁଭାରମ୍ଭ କରିଥିଲା ଭାରତୀୟ ରେଳବାଇ । ତାପରେ କେବଳ ୫ ମାସରେ ଏବେ ୧୦୦ ତମ କୃଷକ ରେଳ ଯାତ୍ରା ଆରମ୍ଭ କରିଛି । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇଛନ୍ତି । ୧୦୦ ତମ କୃଷକ ରେଳ ଯାତ୍ରା ଆରମ୍ଭ କରିଥିବା ବେଳେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି, ଆମ ସରକାର ବିଶ୍ୱାସ କରନ୍ତି କୃଷକଙ୍କ ସମୃଦ୍ଧିରେ ଦେଶର ସମୃଦ୍ଧି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ପିୟୁଷ ଗୋଏଲ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି କୃଷକଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ସହ ସେ କହିଛନ୍ତି, ” ଅଗଷ୍ଟରେ ଦେଶର ପ୍ରଥମ ତଥା କୃଷକ ଓ କ୍ଷେତକୁ ସମର୍ପିତ ରେଳ ଆରମ୍ଭ ହୋଇଥିଲା । ଆଜି ୧୦୦ ତମ କୃଷକ ରେଳ କିଛି ସମୟ ପୂର୍ବରୁ ମହାରାଷ୍ଟ୍ର ମଙ୍ଗୋଲାରୁ ପଶ୍ଚିମବଙ୍ଗର ଶାଲିମାରକୁ ଯାତ୍ରା ଆରମ୍ଭ କରିଛି । ଏହାଦ୍ୱାରା ପଶ୍ଚିମଙ୍ଗର କୃଷକ ମହାରାଷ୍ଟ୍ରର ପୁଣେ, ନାଗପୁର ଭଳି ବଡ଼ ବଡ଼ ବଜାର ସହ ସମ୍ପର୍କରେ ରହିପାରିବେ ।’ କୋଲ୍ଡ ଷ୍ଟୋରେଜ୍ ଅଭାବରୁ ଦେଶର କୃଷକ ସବୁ ବେଳେ ଅସୁବିଧାରେ ପଡ଼ୁଛନ୍ତି । ଆମ ସରକାର ଶୀତଳ ଭଣ୍ଡାରର ଆଧୁନିକ ବ୍ୟବସ୍ଥା, ସପ୍ଲାଇ ଚେନ୍ର ଆଧୁନୀକିକରଣ, କୋଟି କୋଟି ଟଙ୍କା ନିବେଶ ସହିତ କୃଷକ ରେଳ ଆରମ୍ଭ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କୃଷକ ରେଳରେ ରେଫ୍ରିଜେରେଟେଡ୍ କୋଚ ଲାଗିଛି । ଏହି ଟ୍ରେନ୍ ୧୭ ଟନ୍ କ୍ଷମତା ବିଶିଷ୍ଟ ନୂଆ ଡିଜାଇନ୍ରେ ନିର୍ମାଣ କରାଯାଇଛି । ଏହାକୁ ରେଳ କୋଚ୍ ଫ୍ୟାକ୍ଟ୍ରି କପୁରଥାଲାରେ ତିଆରି କରାଯାଇଛି । ଏହାର କଣ୍ଟେନର ଫ୍ରିଜ୍ ଭଳି ହୋଇଥିବା ବେଳେ ଏହାକୁ ଏକ ଚଳନ୍ତା କୋଲ୍ଡ ଷ୍ଟୋରେଜ୍ ବୋଲି ମଧ୍ୟ କହିହେବ । ଏଥିରେ କୃଷକ ଫଳ, ପନିପରିବା, କ୍ଷିର ଆଦି ରଖିପାରିବେ ।

Leave A Reply

Your email address will not be published.