ଦୀର୍ଘ ଦିନ ଧରି ଏଟିଏମ୍ ଅଚଳ, ଲୋକେ ହନ୍ତସନ୍ତ

0 68

ମାଲକାନଗିରି: ଦୀର୍ଘ ୭ ଦିନ ଧରି ଅଚଳ ହୋଇପଡିରହିଛି ଏଟିଏମ୍ । ମାଲକାନଗିରି ଜିଲ୍ଲା ବାଲିମେଳା ସଦରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍ ଅଚଳ ହୋଇଯାଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଜନସାଧାରଣ । ବର୍ତ୍ତମାନ ନୂଆ ବର୍ଷ ଆସୁଥିବା ବେଳେ ଲୋକଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ତେବେ ଏହିଭଳି ସମୟରେ ଗ୍ରାହକ ମାନେ ଟଙ୍କା ଉଠାଇବାକୁ ଆସି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ବାଲିମେଳା ତଥା ଏହାର ଆଖପାଖ ଅଞ୍ଚଳର ବହୁ ଲୋକେ ଏହି ଷ୍ଟେଟ ବ୍ୟାଙ୍କର ଗ୍ରାହକ ହୋଇଥିବା ହେତୁ ଏହି ଏଟିଏମ୍ ଉପରେ ଭରସା କରି ଦୀର୍ଘ ବାଟରୁ ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ଏଟିଏମ୍ ଅଚଳ ହୋଇଯାଇଥିବା ହେତୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଟିଏମ୍ କେବଳ ନାମକୁ ମାତ୍ର ଖୋଲାଯାଇଥିବା ବେଳେ ସୁରକ୍ଷା କର୍ମୀ ଜଗି ରହିଥିବା ଦେଖିବାକୁ ମିଳିଛି । ତେବେ ତୁରନ୍ତ ଏହି ଏଟିଏମ୍କୁ କାର୍ଯ୍ୟକ୍ଷମ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Leave A Reply

Your email address will not be published.