ଚୋରୀ ସୁନା, ଟଙ୍କା ଉଦ୍ଧାର, ୩ ଚୋର ଗିରଫ

0 63

ପାରଳାଖେମୁଣ୍ଡି,୦୧ା୦୧ – ପାରଳାଖେମୁଣ୍ଡି ପୋଲିସକୁ ଏକ ବଡ ସଫଳତା ମିଳିଛି । ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ବସ୍ଷ୍ଟାଣ୍ଡ ନିକଟସ୍ଥ ଓମଶାନ୍ତି କଲୋନୀର ନିର୍ମଳା ରାଉତ ଏବଂ ରଜତ କୁମାର ପାତ୍ରଙ୍କ ଘରୁ ଗତ ନଭେମ୍ବର ମାସ ବିଳମ୍ବିତ ରାତିରେ ଚୋରି ହୋଇଥିଲା । ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ସୁନା,ରୂପା,ଟଙ୍କା ଓ ମୋବାଇଲ ଇତ୍ୟାଦି ଚୋରି କରିଥିଲେ । ଏହି ଘଟଣାକୁ ନେଇ ଅଭିଯୋଗ କ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୮୮/୨୦ ଏବଂ ୩୦୪/୨୦ ରେ ଦୁଇଟି ମାମଲା ରୁଜୁ କରାଯାଇଥିଲା ।ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପାରଳା ଥାନା ଆଇ ଆଇ ସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରାଯାଇ ଚୋରି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ରୋହିତ ଶ୍ରୀରାମ(ରେଲି ସାହି),ଲିଆରି ଅର୍ଜୁନ(ଘାସି ସାହି) ଏବଂ ପାରଳା ପୌରପାଳିକାରେ ଝାଡୁଦାର ଭାବେ କାର୍ଯ୍ୟରତ ଅମୁଲ୍ୟ ପାଡାଲା । ପୋଲିସ ସେମାନଙ୍କ ଠାରୁ ଚୋରି ସୁନା ରୂପା, ଟଙ୍କା ଓ ମୋବାଇଲ ସେଟ ସହ ୨ଟି ବାଇକ୍ ଜବତ କରିଛି । ଗିରଫ ପରେ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.