ବିଷ ପିଇ ବାଳକ ଆତ୍ମହତ୍ୟା

0 65

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର ପୂଜାରୀଗୁଡା ଗାଁ ଆଦିବାସୀ ସାହି ର ଦାନା କୁଲିସିକା ଙ୍କ ସାନ ପୁଅ ରହିତ କୁଲିସିକା (୧୨) ଷଷ୍ଟ ଶ୍ରେଣୀ ରେ ଅଧ୍ୟୟନ କରୁଥିଲେ। ବିଷ ପାନ କରି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗତକାଲି କୌଣସି କାରଣ ରୁ ଅପରାହ୍ନ ରେ ଘରେ କେହି ନଥିବା ସମୟରେ ବିଷ ପାନ କରି ଛଟପଟ ହେଉଥିଲା।ଏହାକୁ ଦେଖି ପରିବାର ଲୋକେ ଏକ ଗାଡ଼ି ସାହାଯ୍ୟ ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଏଠାରେ ଡାକ୍ତର ସମ୍ୟରଞ୍ଜନ ଜେନା ପ୍ରାଥମିକ ଚିକିତ୍ସା କରି ବାଳକ ର ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ।ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ରହିତ ର ଅବସ୍ଥା ଗୁରୁତର ଅବସ୍ଥା ହେଉଥିବା ଯୋଗୁଁ କୋରାପୁଟ ମେଡିକାଲ କୁ ରେଫରକରିଥିଲେ। ଆଜି ରହିତ କୁ କୋରାପୁଟ ନେବାକୁ ଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ରେହିଁ ତାର ମୃତ୍ୟୁ ହୋଇଯାଇଥିଲା। ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ଏସ ଆଇ ରଞ୍ଜନ ନାଗ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ପରିବାର ପକ୍ଷରୁ ଏକ ଲିଖିତ ଦେବାପରେ ଶବଜବତ ବ୍ୟବଚ୍ଛେଦ କରି ପରିବାର ଙ୍କୁ ହସ୍ତାନ୍ତର କରିଥିଲେ। ଏହାକୁ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ମୃତ୍ୟୁ ରହିତ ମାନସିକ ରୋଗୀ ଥିବା ପରିବାର ପକ୍ଷରୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.