ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସମେତ ୧୫ କାଉନସିଲର ବିଜେପିରେ ସାମିଲ୍

0 73

ନୂଆଦିଲ୍ଲୀ: ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି । ସୌମେନ୍ଦୁ କାନ୍ଥି ନଗରପାଳିକାର ପୂର୍ବତନ ଚେୟାରମ୍ୟାନ୍ । ଶୁକ୍ରବାର ପୂର୍ବ ମେଦିନୀପୁରର କାନ୍ଥିରେ ଶୁଭେନ୍ଦୁ ଅଧିକାରୀ ଏକ ବୈଠକ କରିଥିଲେ । ଏଥିରେ ଶୁଭେନ୍ଦୁଙ୍କ ଭାଇ ସମେତ ୧୫ ଜଣ ବିଦାୟୀ କାଉନସିଲରଙ୍କ ସମେତ ବହୁ ସଂଖ୍ୟକ ଟିଏମସି ସମର୍ଥକ ବିଜେପିରେ ଯୋଗ ଦେଇଥିଲେ । କାନ୍ଥିରେ ମୋଟ କାଉନସିଲରଙ୍କ ସଂଖ୍ୟା ୨୧ । ଏଥିରୁ ୧୫ ଜଣ ବିଜେପି ଯୋଗଦେବା ପରେ ସଂଖ୍ୟାଗରିଷ୍ଠତା ବିଜେପି ସପକ୍ଷକୁ ଆସିଛି । ସୂଚନାଯୋଗ୍ୟ, ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ ଏବଂ ଭାଇ ଦିବ୍େୟନ୍ଦୁ ଅଧିକାରୀ ଟିଏମସି ସାଂସଦ । ନିକଟରେ ଶୁଭେନ୍ଦୁଙ୍କ ସାନଭାଇ ସୌମେନ୍ଦୁ କ୍ୟାି ନଗରପାଳିକା ବୋର୍ଡର ଅଧ୍ୟକ୍ଷ ପଦରୁ ସରକାର ବିଦା କରିଥିଲେ । ଦଳ ବିରୋଧୀ ସମ୍ଭାବନାକୁ ଦେଖି ତାଙ୍କୁ ବିଦା କରିଥିଲେ ସରକାର । ସୂଚନାଯୋଗ୍ୟ, ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ଟିଏମସିର ଅନେକ ହେଭିୱେଟ୍ ବିଜେପିମୁହାଁ ହୋଇଥିବା ସୂଚନା ରହିଛି । ନିକଟରେ ଶୁଭେନ୍ଦୁ ସମେତ ଜଣେ ସାଂସଦ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି । ଡିସେମ୍ୱରରେ ଅମିତ ଶାହଙ୍କ ଏକ ରାଲିରେ ଶୁଭେନ୍ଦୁ ବିଜେପିରେ ସାମିଲ୍ ହୋଇଥିଲେ । ଏହି ଅବସରରେ ଶାହ କହିଥିଲେ ନିର୍ବାଚନ ବେଳକୁ ଟିଏମସିରେ ମମତା ହିଁ ଏକା ଥିବେ ।

Leave A Reply

Your email address will not be published.