ନୂଆ ବର୍ଷର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0 66

ନୂଆଦିଲ୍ଲୀ: ସାରା ଦୁନିଆରେ ନୂଆବର୍ଷର ଉତ୍ସବ ମନାଯାଉଛି । ଭାରତରେ ମଧ୍ୟ ନୂଆ ବର୍ଷର ଉତ୍ସାହ ଦେଖିବାକୁ ମିଳିଛି । ପ୍ରତିଟି ଲୋକ ନିଜ ନିଜର ଉପାୟରେ ନୂଆ ବର୍ଷ ପାଳନ କରୁଛି । ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ନୂଆବର୍ଷରେ ଦେଶବାସୀଙ୍କ ସୁସ୍ଥ ଓ ସୁରକ୍ଷିତ କାମନା କରିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ବର୍ଷଟି ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଓ ସମୃଦ୍ଧି ହେଉ ବୋଲି କାମନା କରିଛନ୍ତି । ନୂଆବର୍ଷ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଲେଖିଛନ୍ତି, ନୂଆବର୍ଷର ହାର୍ଦ୍ଦିକ ବଧେଇ ଓ ଶୁଭକାମନା । ନୂଆ ବର୍ଷ ଏକ ନୂଆ ଆରମ୍ଭ କରିବାର ସୁଯୋଗ ହୋଇଥାଏ ଏବଂ ବ୍ୟକ୍ତିଗତ ଓ ସାମୂହିକ ବିକାଶର ସଂକଳ୍ପକୁ ଶକ୍ତି ଦେଇଥାଏ । କୋଭିଡ୍-୧୯ କାରଣରୁ ଉତ୍ପନ୍ନ ହୋଇଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବାର ସମୟ ଏବଂ ଆମ ସମସ୍ତଙ୍କ ପାଇଁ ଏକାଠି ହୋଇ ଆଗକୁ ବଢ଼ିବାର ସମୟ । ରାଷ୍ଟ୍ରପତି ଆଉ ଏକ ଟୁଇଟରେ ଲେଖିଛନ୍ତି, ଆସନ୍ତୁ ଆମେ ସମସ୍ତେ ମିଶି ପ୍ରେମ ଓ କରୁଣାର ଭାବନାରେ ଏକ ଏଭଳି ସମାଜ ଗଠନ କରିବା, ଯେଉଁଠାରେ ଶାନ୍ତି ଓ ସଦଭାବନାକୁ ଅଗ୍ରାଧିକାର ମିଳିବ । ମୋର ଏତିକି କାମନା ଯେ ଆପଣ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହିବା ସହ ନୂଆ ଶକ୍ତି ଉଜାଗର କରି ଦେଶର ପ୍ରଗତିରେ ହାତ ବଢ଼ାନ୍ତୁ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ସମସ୍ତଙ୍କୁ ୨୦୨୧ ବର୍ଷର ହାର୍ଦ୍ଦିକ ଶୁଭକାମନା । ଏହି ବର୍ଷ ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଓ ସମୃଦ୍ଧି ଆଣୁ । ବର୍ଷଟି ସମସ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁ ।

Leave A Reply

Your email address will not be published.