ନୂଆ ବର୍ଷରେ ଥରିଲା ରାଜଧାନୀ, ୧୫ ବର୍ଷର ରେକର୍ଡ ଭାଙ୍ଗିଲା

0 63

ନୂଆଦିଲ୍ଲୀ: ବିଦାୟ ନେଇଛି ୨୦୨୦ । ୨୦୨୧ ଅର୍ଥାତ୍ ନୂଆବର୍ଷକୁ ଲୋକେ ଭିତ୍ତ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି । କିନ୍ତୁ ନୂଆ ବର୍ଷରେ ଶୀତର ପ୍ରକୋପ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସି ଆସିଥିବା ଆଇଏମଡିର ରିଜନାଲ୍ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ ଟୁଇଟ୍ କରି ସୂଚନା ନେଇଛନ୍ତି । ଦିଲ୍ଲୀରେ ଦୀର୍ଘ ୧୫ ବର୍ଷ ପରେ ତାପମାତ୍ରା ହ୍ରାସ ପାଇଛି । ଏହା ପୂର୍ବରୁ ଜାନୁଆରୀ ୮, ୨୦୦୬ରେ ଦିଲ୍ଲୀରେ ନ୍ୟୂନତମ ତାପମାତ୍ର ୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ସେହିପରି ଗତବର୍ଷ ଜାନୁଆରୀରେ ମଧ୍ୟ ନ୍ୟୂନତମ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଶୁକ୍ରବାର ସକାଳ ୬ଟାରେ ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ଅଧିକାଂଶ ଅଞ୍ଚଳ ଠିକ୍ ଭାବେ ଦୃଶ୍ୟମାନ ହେଉନଥିଲା । ତେବେ ଆସନ୍ତାକାଲିଠାରୁ ତାପମାତ୍ରା ଧୀରେ ଧୀରେ ବଢ଼ିବ । ଜାନୁଆରୀ ୪ ଓ ୫ ତାରିଖରେ ନ୍ୟୂନତମ ତାପମାତ୍ରା ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.