ହରିରାଜପୁରରେ ରାମକୃଷ୍ଣ ମନ୍ଦିରରେ କଲ୍ପତର ଦିବସ ପାଳିତ

0 66

ବାଙ୍କୀ:ବାଙ୍କୀ ଡମପଡା ବ୍ଲକ ହରିରାଜପୁର ପଞ୍ଚାୟତ ମିନା ବଜାର ଠାରେ କରୋନା କଟକଣାରେ ନୂଆ ବର୍ଷ ଉପଲକ୍ଷେ କଲ୍ପତର ମହୋତ୍ସବ ପାଳିତ ହୋଇଛି। କରୋନା ମୁକ୍ତି ପାଇଁ ପ୍ରାର୍ଥନା,ଭାଗବତ ବତ ପଠନ,ପଞ୍ଚ ମଣ୍ଡଳ ଭାଗବତ ଗୋଷ୍ଠୀ ବଟକୃଷ୍ଣ ଗୋଛାୟତ, ରଘୁନାଥ ଭୋଇ,ସନ୍ତୋଷ ପିରୋଇ,ହରିରାଜପୁର ପଂଚାୟତ ରାମକୃଷ୍ଣ ମଠ ପରିସରରେ କଳ୍ପତରୁ ଉତ୍ସବ ପାଳିତ ହୋଇଛି। ଠାକୁର ରାମକୃଷ୍ଣ ଙ୍କ ଭକ୍ତ ମାନେ ଉତ୍ସବ ପାଳନ କରିଥିଲେ।ଏହି ଉତ୍ସବ କୁ ବାଙ୍କୀ ର ସମାଜ ସେବୀ ନଳୀନ ରାଏ ଯୋଗ ଦେଇ ଭାଗବତ ଓ ସମାଜ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିବା ସହ ରାମକୃଷ୍ଣ ବିବେକାନନ୍ଦ ଙ୍କୁ ଜ୍ଞାନ ପ୍ରଦାନ କରି ମାନବ ଜାତି କୁ ନୂଆ ମାର୍ଗ ଦର୍ଶାଉ ଛନ୍ତି ବୋଲି ମତ ପୋଷଣ କରିଥିଲେ।ହରିରାଜପୁର ହରିଜନ ସାହି ଆମ୍ବେଦକର କ୍ଲବ ଠାରେ ନଳୀନ ଲୋକଙ୍କ ସମସ୍ୟା ବୁଝିବା ସହ ଅଞ୍ଚଳର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମ ରେ ଚନ୍ଦ୍ରମଣି ମାହାନ୍ତି. ଅନନ୍ତ ନାୟକ ଦେବେନ୍ଦ୍ର ଦାସ ଭଗଵାନ ମନ୍ତ୍ରୀ ଗଗନ ବିହାରୀ ସ୍ୱାଇଁ ଦାମୋଦର ସ୍ୱାଇଁ ବୀରବର ସ୍ୱାଇଁ ପ୍ରଭାକର ଜେନା ରାମକୃଷ୍ଣ ପରମହଂସ ଭକ୍ତ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.