କଟକ ସାଂସଦଙ୍କ ପକ୍ଷରୁ ନୂଆ ବର୍ଷରେ କମ୍ବଳ ବଣ୍ଟନ

0 63

ବାଙ୍କୀ:ଆଜି ନୂଆ ବର୍ଷ ଉପଲକ୍ଷେ କଟକ ସାଂସଦ ଭତୃହରି ମହତାବ ଙ୍କ ନିର୍ଦେଶ ରେ ଶୀତ ରେ ଅସହାୟ ଅବସ୍ଥାରେ ଥିବା ବ୍ୟକ୍ତି ବିଶେଷ ଙ୍କୁ ଆଜି ବାଙ୍କୀ ଓ ଆଠଗଡ଼ ରେ ୧୨୫ଖଣ୍ଡ କମ୍ବଳ ବଣ୍ଟନ କରାଯାଇଛି।ସୂଚନାଯୋଗ୍ୟ ଉତର ଭାରତରେ ପ୍ରବଳ ତୁଷାର ପାତ ହେଉଥିବାରୁ ଓଡିଶା ରେ ପ୍ରବଳ ଶୀତ ଲହରୀ ପ୍ରଭାବିତ ହେଉଛି ବାଙ୍କୀ ଓ ଆଠଗଡ଼ ମହାନଦୀ ଅବବାହିକା ରେ ଥିବାରୁ ଏଠାରେ ଶୀତ ଓ କୁହୁଡି ସହ ପ୍ରଚଣ୍ଡ ଥଣ୍ଡା ପଡ଼ୁଥିବାରୁ ଏହା ର ସୂଚନା ପାଇ ସାଂସଦ ଭତୃହରି ଙ୍କ ଦ୍ଵାରା ପ୍ରେରିତ କମ୍ବଳ ଆଜି ସାମାଜିକ କର୍ମୀ ଗୌତମ ମିଶ୍ର, ସୁରେଶ ପୃଷ୍ଟି, ମୋନାଲିସା ବେହେରା ,ଶାନ୍ତନୁ ଦାସ ପ୍ରଭୁତି ୧୨୫ଜଣ ଅସହାୟ ଙ୍କୁ ବଣ୍ଟନ କରି ଥିଲେ।ଅସହାୟ ଲୋକ ଏହି କମ୍ବଳ ପାଇ ସାଂସଦ ଙ୍କୁ ଶୁଭେଚ୍ଛା ଦେବା ସହ ଖୁସି ଅନୁଭବ କରିଥିଲେ।

Leave A Reply

Your email address will not be published.