ବାଙ୍କୀର ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ବିଧାୟକଙ୍କୁ ଶୁଭେଚ୍ଛା

0 69

ବାଙ୍କୀ:ଆଜି ନୂତନ ବର୍ଷ ଉପଲକ୍ଷେ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜୁଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଆହ୍ୱାନ କ୍ରମେ ବାଙ୍କୀ ଛାତ୍ର ବିଜେଡି ପକ୍ଷରୁ ବାଙ୍କୀ ଉପଖଣ୍ଡ ରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଙ୍କୀ ବ୍ଲକ ଛାତ୍ର ବିଜେଡି ପକ୍ଷରୁ ଜିତେନ୍ଦ୍ର କୁମାର ପଳେଇ ଙ୍କ ନେତୃତ୍ୱରେ ଅଂଶୁପା ଠାରେ ଲୋକ ମାନଙ୍କୁ ମାକ୍ସ ବଣ୍ଟନ ସହ କରୋନା ସମ୍ପର୍କରେ ଅବଗତ କରାଇ ଥିଲେ ସେହିପରି ଡମପଡା ବ୍ଲକ ଛାତ୍ର ବିଜେଡି ପକ୍ଷରୁ ଗୌରବ ବଳିଆରସିଂ ନେତୃତ୍ୱରେ ଜାତମୁଣ୍ଡିଆ ଠାରେ ମାକ୍ସ ବଣ୍ଟନ ଓ କରୋନା ସମ୍ପର୍କରେ ସଚେତନତା କରିବା ସହ ସାନିଟାଇଜ ରେ ଲୋକଙ୍କ ହାତ ସଫା କରିବା ପ୍ରଣାଳୀ ବୁଝେଇ ଥିଲେ।ଏଥି ସହ ବାଙ୍କୀ ଏନଏସି ଛାତ୍ର ବିଜେଡି ସଭାପତି ମାନସ କର ଙ୍କ ନେତୃତ୍ୱରେ ବାଙ୍କୀ ଟାଉନ ରେ କ ରୋନା ସଚେତନତା କାର୍ଯ୍ୟକ୍ରମ ଓ ମାକ୍ସ ବଣ୍ଟନ କରାଯାଇଥିଲା।ଆଜି ତିନି ଗୋଟି ସ୍ଥାନରେ ଛାତ୍ର ବିଜେଡି ର କରୋନା ସଚେତନତା କାର୍ଯ୍ୟକ୍ରମ ରେ ବହୁ ଛାତ୍ର ବିଜେଡି କର୍ମୀମାନେ ଯୋଗ ଦେଇଥିଲେ।ବିଧାୟକ ଶ୍ରୀ ତ୍ରିପାଠୀ କରୋନା ସମୟରେ କିପରି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇଥିଲେ ସେ ବାର୍ତା ଓ ବିଧାୟକ ଙ୍କ ଦ୍ଵାରା ଲିଖିତ କ କରୋନା ସଚେତନତା ବାର୍ତା ଲୋକ ମାନଙ୍କୁ ବଣ୍ଟନ କରି ବୁଝାଇଥିଲେ।ଆଜିର କାର୍ଯ୍ୟକ୍ରମ ରେ ସୁବର୍ଣ୍ଣ ପୁର ସରପଞ୍ଚ ତରୁଣ କୁମାର ମହାପାତ୍ର,ବିକାଶ ପ୍ରଧାନ, ବିଶ୍ଵଜିତ ଦାସ,ଭରତ କୁମାର ଦାସ ,ରାଜେଶରାଉତରାୟ ଙ୍କ ସମିତ ବହୁ ଛାତ୍ର ବିଜେଡି କର୍ମୀମାନେ ଲୋକଙ୍କୁ ସଚେତନ କରାଇଥିଲେ।

Leave A Reply

Your email address will not be published.