କୋରାପୁଟ ସହରରେ ଷ୍ଟାଡିୟମ ଖେଳପଡ଼ିଆର ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ

0 78

କୋରାପୁଟ : କୋରାପୁଟ ସହରରେ ମିନି ଷ୍ଟାଡିୟମର ଉନ୍ନତିକରଣ ପାଇଁ ଗତ ଦୁଇବର୍ଷ ତଳେ ପ୍ରଶାସନ ତରଫରୁ ୮୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇ ଷ୍ଟାଡିୟମର ଉନ୍ନତି କରଣ ଓ ଘାସ ଲଗାଇବା କାମ ଆରମ୍ଭ କରାଯାଇଥିଲା। ଜଳସେଚନର ସୁବିଧା ନଥିବାରୁ ଲଗାଯାଇଥିବା ଘାସ ଗଛ ସବୁ ସୁଖୀ ନଷ୍ଟ ହୋଇଯାଉଥିଲା।ଏଥିନେଇ ଷ୍ଟାଡିୟମ ବାଉଣ୍ଡରି ମଧ୍ୟରେ ନଳକୂପ ଖୋଳା ଯାଇ ପଡ଼ିଆରେ ଲଗାଯାଇଥିବା ଘାସଗଛ ପାଇଁ ଯେତେବେଳେ ଆବଶ୍ୟକ ହେବ ସେହି ସମୟରେ ଜଳ ସେଚନ କରାଯାଇପାରିବ ଏହାକୁ ଦୃଷ୍ଟିରେ ରଖି ଜଳସେଚନ ପ୍ରକଳ୍ପ ତିଆରି କରାଯାଇଥିଲା ଯାହାର ଆଜି ଶୁଭ ଉଦଘାଟନ କୋରାପୁଟ ଜିଲ୍ଲାପାଳଙ୍କ ଦ୍ଵାରା କରାଗଲା। ଏଥିସହ ଷ୍ଟାଡିୟମ ମଧ୍ୟରେ ଥିବା ଘର ଗୁଡିକୁ କାରାଟୀ ଶିଖୁଥିବା ଖେଳାଳି ମାନଙ୍କ ଦ୍ୱାରା ଅକ୍ତିଆର କରି ରଖାଯାଇଥିଲା ଯାହାକୁ ମୁକ୍ତକରାଯାଇ ଷ୍ଟାଡିୟମର ଉନ୍ନତି କରାଯାଇ ଖେଳପଯୋଗୀ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଏଣିକି ଷ୍ଟାଡିୟରେ ଥିବା ଘର ଗୁଡିକର ଚାବି ବାହାର ଲୋକଙ୍କ ହାତରେ ରହିବ ନାହିଁ, ସେମାନେ ଖେଳିବାବେଳେ ଚାବି ନେଇ ସନ୍ଧ୍ୟାରେ ପ୍ରଶାସନ ଦ୍ଵାରା ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ଚାବି ହସ୍ତାନ୍ତର କରିବାକୁ ପଡିବ। ଷ୍ଟାଡିୟମକୁ ସଫାସୁତୁରା ରଖିବା ପାଇଁ କୋରାପୁଟ ପୌରପରିସଦର ନିର୍ବାହୀ ଅଧିକାରୀଙ୍କୁ ଦାଇତ୍ୱ ପ୍ରଦାନ କରାଗଲା, ସେ ଷ୍ଟାଡିୟମର ସଫାସୁତୁରା ଦାଇତ୍ୱ ତୁଲାଇବେ ବୋଲି ଜିଲଲାପାଳ କହିଛନ୍ତି.

Leave A Reply

Your email address will not be published.