ଓଡିଶାରୁ ୯ ଜଣଙ୍କୁ ରାଷ୍ଟ୍ରପତି ପଦକ

0 86

ଭୁବନେଶ୍ୱର: ଓଡିଶାରୁ ୯ ଜଣ ପାଇବେ  ରାଷ୍ଟ୍ରପତି ପଦକ I ଅଗ୍ନିଶମ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ କ୍ଷେତ୍ରରେ ସାହସିକତା ପାଇଁ ଏମାନଙ୍କୁ ସାଧାରଣତନ୍ତ୍ର ଦିବସ ଅବସରେ ପଦକ ପ୍ରଦାନ କରାଯିବ I ସେମାନେ ହେଲେ କୁମରବର ସାମଲ,ବିଜୟ କୁମାର ମୁଦୁଲି, ଜ୍ୟୋତି ପ୍ରକାଶ ରଥ, ଅର୍ଜୁନ ବେହେରା, ଅମୂଲ୍ୟ କୁମାର ସମର୍ଥା ଏବଂ ସୌମେନ୍ଦ୍ର ନାଥ କାନୁନଗୋ I ସେହିପରି ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପାଇବାକୁ ବିମଲ ପ୍ରସାଦ ପାଣି , ପ୍ରକାଶ କୁମାର ଜେନା  ଏବଂ ଅଭିନ୍ନ ମୋହନ ସାମନ୍ତରାୟ  ମନୋନୀତ ହୋଇଛନ୍ତି ।   ଉଲେଖ ଯୋଗ୍ୟଯେ, ସମଗ୍ର ଦେଶରୁ ୮୬ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ୧୪ ଜଣଙ୍କୁ ସାହସିକତା ଅଗ୍ନିଶମ ସେବା ପଦକ, ଏବଂ  ୭ ଜଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ପ୍ରଶଂସନୀୟ କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ । ସେହିପରି ୫୮ ଜଣଙ୍କୁ ହୋମ ଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ଏବଂ ୫୦ ଜଣଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ କରାଯିବ I

Leave A Reply

Your email address will not be published.