ଆଇସୋଲେଶନରେ ରୋହିତ ଶର୍ମାଙ୍କ ସମେତ ୫ କ୍ରିକେଟର

0 80

ମେଲବୋର୍ଣ୍ଣ: ପାଞ୍ଚ ଭାରତୀୟ କ୍ରିକେଟର ଆଇସୋଲେସନରେ । ନୂଆବର୍ଷ ଅବସରରେ ଏକ ରେଷ୍ଟୁରାଣ୍ଟରେ ଭାରତୀୟ କ୍ରିକେଟର ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମ ଗିଲି, ପୃଥ୍ୱୀ ସ’ ଏବଂ ନବଦୀପ ସାଇନି ଖାଉଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ କୋଭିଡ ପ୍ରୋଟୋକଲ ଉଲ୍ଲଙ୍ଘନ ଅଭିଯୋଗରେ ଅଷ୍ଟ୍ରେଲିଆ କ୍ରିକେଟ ବିସିସିଆଇର ପରାମର୍ଶକ୍ରମେ ଏହି ପାଞ୍ଚ ଖେଳାଳିଙ୍କୁ ଅନ୍ୟ ଖେଳାଳିଙ୍କଠାରୁ ଅଲଗା କରିଛି । ଏବେ ଏହି ମାମଲାରେ ଦୁଇ ଦେଶର କ୍ରିକେଟ ବୋର୍ଡ ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଏବେ ଏହି ୫ ଖେଳାଳି ପ୍ରାକ୍ଟିସ କରିବେ କିନ୍ତୁ ପୃଥକ ଭାବରେ । ସେମାନଙ୍କୁ ଉଭୟ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ଠାରୁ ଅଲଗା ରଖାଯିବ । ନଭଲଦୀପ ସିଂ ନାମକ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ରୋହିତଙ୍କ ଡିନର ଟେବୁଲର ଭିଡିଓ ଭାଇରାଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

Leave A Reply

Your email address will not be published.