୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଗିରଫ୍

0 75

ଇସଲାମାବାଦ: ୨୦୦୮ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକିଉର ରେହମାନ୍ ଲଖବି ଗିରଫ୍ । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ମାମଲାରେ ଗିରଫ୍ ହୋଇଛି ଜାକିଉର । ପାକିସ୍ତାନରେ ଆଜି ଗିରଫ୍ ହୋଇଛି ଏହି କୁଖ୍ୟାତ ଆତଙ୍କବାଦୀ । ୨୦୧୫ରେ ପାକିସ୍ତାନ ସରକାର ଜାକିଉର ରେହମାନକୁ ଗିରଫ କରିଥିଲା । ହେଲେ ତା ବିରୋଧରେ ଠୋସ୍ ପ୍ରମାଣ ନଥିବା ଦର୍ଶାଇ ତାକୁ ମୁକ୍ତ କରିଥିଲା ପାକିସ୍ତାନ ସରକାର । ଏହାପରେ ବି ଜାକିଉର ରେହମାନ ଆତଙ୍କବାଦର ନେତୃତ୍ୱ ନେଉଥିଲା । ୨୦୧୯ ସେପ୍ଟେମ୍ୱରରେ ଭାରତ ସରକାର ୟୁଏପିଏ ଆଇନ୍ ଆଧାରରେ ଜାକିଉର ରେହମାନକୁ ଗିରଫ୍ କରିଥିଲା । ଏହାପରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଜାକିଉର ରେହମାନକୁ ବୈଷୟିକ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା । ୨୬/୧୧ ଆତଙ୍କବାଦୀ ଆକ୍ରମଣ ପଛରେ ଆତଙ୍କବାଦୀ ହାଫିଜ୍ ସଇଦ ସହ ମିଶି ଜାକିର ରେହମାନ ପ୍ଲାନ୍ କରିଥିଲା ବୋଲି ଜଣାପଡ଼ିଥିଲା । ଏହି ଆକ୍ରମଣରେ ୧୬୬ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ ।

Leave A Reply

Your email address will not be published.