ଶୀତ ଓ ବର୍ଷାରେ ଦିଲ୍ଲୀ ବେହାଲ

0 74

ନୂଆଦିଲ୍ଲୀ: ଉତ୍ତରଭାରତରେ ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ । ସେପଟେ ବଦଳିଛି ରାଜଧାନୀ ଦିଲ୍ଲୀର ପାଗ । ଖସିଛି ପରାଦ । ଶନିବାର ସକାଳୁ ଦିଲ୍ଲୀ ସମେତ ଏନସିଆରର ଅନେକ ସ୍ଥାନରେ ହାଲକା ବର୍ଷା ହୋଇଛି । ଏଥିଯୋଗୁଁ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ହରିଆଣା ସମେତ ଅନେକ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଜି ବର୍ଷା ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଆଜି ଦିଲ୍ଲୀର ପଲାମା ଅଞ୍ଚଳରେ ୦.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେପଟେ ବିଭିନ୍ନ ସ୍ଥାନରେ କୁହୁଡି ଯୋଗୁଁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଜାନୁଆରୀ ୨ରୁ ଆସନ୍ତା ୫ ତାରିଖ ଯାଏଁ ଦିଲ୍ଲୀରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରିହଛି । ଫଳରେ ଆଗକୁ ଆହୁରି ଥଣ୍ଡା ବଢ଼ିବ । ଏଥିସହ ଜାନୁଆରୀ ୩ ତାରିଖ ଆଡକୁ ଦିଲ୍ଲୀବାସୀ ଶୀତ ଲହରୀର ସାମ୍ନା କରିପାରନ୍ତି । ରାଜଧାନୀରେ ୨ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୬ରୁ ୮ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଦିଲ୍ଲୀ ସମେତ ରୱାଡି, ଭିୱାଡି, ଗୁରୁଗ୍ରାମ, ସୋନିପତ, ଗନ୍ନୌର, ଡେଗା, ମଥୁରା, ହାଥରସ, ଭରତପୁର, ହାଂସି, ତୋଶାମ, ପାନିପତ, କରନାଲ, ଶାମଲି, କୈଥଲ, ନରବାନା, ନାରୟଣପୁର ଏବଂ ନାରନସଲରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ହିମାଚଳ ପ୍ରେଦଶରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଛି । ରାସ୍ତାରେ ବରଫ ଜମିବା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ପର୍ଯ୍ୟଟକମାନେ କିନ୍ତୁ ତୁଷାରପାତର ମଜା ନେଇଛନ୍ତି । ଉତ୍ତରାଖଣ୍ଡରେ ପ୍ରବଳ ଥଣ୍ଡା ଯୋଗୁଁ ଲୋକଙ୍କ ସମସ୍ୟା ଆହୁରି ବଢ଼ିଯାଇଛି ।

Leave A Reply

Your email address will not be published.