ଶ୍ମଶାନ ଘାଟର ଛାତ ଭୁଶୁଡ଼ି ୧୬ ମୃତ

0 72

ନୂଆଦିଲ୍ଲୀ,୩ ।୧: ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଶବ ହୋଇଗଲେ । ଦିଲ୍ଲୀ ପାଖରେ ଅବସ୍ଥିତ ଗାଜିଆବାଦରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ଶ୍ମଶାନ ଘାଟରେ ଛାତ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ ଚାପି ହୋଇ ରହିଛନ୍ତି । ଏବେ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଦୁର୍ଘଟଣା ଗାଜିଆବାଦ ଥାନା ଅନ୍ତର୍ଗତ ମୁରାଦନଗର ଅଞ୍ଚଳରେ ଘଟିଛି । ଭୁଶୁଡ଼ି ପଡ଼ିଥିବା ଛାତ ତଳେ ବହୁ ଲୋକ ଦବି ରହିଛନ୍ତି । ଗାଜିଆବାଦ ପୋଲିସ ସମେତ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ରବିବାର ସକାଳୁ ଦିଲ୍ଲୀରେ ବର୍ଷା ଜାରି ରହିଛି । ମୁରାଦନଗରରେ ଥିବା ଏହି ଶ୍ମଶାନ ଘାଟକୁ ବହୁ ଲୋକ ସମ୍ପର୍କୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ବର୍ଷା ଯୋଗୁ ସମସ୍ତେ ଛାତ ତଳେ ଥିଲେ । ଠିକ୍ ଏହି ସମୟରେ ଛାତ ଭୁଶୁଡ଼ି ପଡ଼ିଥିଲା । ଏଥିରେ ବହୁ ଲୋକ ଦବି ହୋଇ ଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଓ ଏନଡିଆରଏଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଭୁଶୁଡ଼ି ଥିବା ଛାତକୁ ବାହାର କରିବା ପାଇଁ ପୋଲିସ କ୍ରେନ୍ର ସାହଯ୍ୟ ନେଉଛି । ତେବେ ଲେଣ୍ଟର ଭୁଶୁଡ଼ି ପଡ଼ିବାରୁ ପାଖାପାଖି ୨୪ ଜଣ ଲୋକ ତା ତଳେ ଚାପି ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିବା ପୋଲିସ କହିଛି ।

Leave A Reply

Your email address will not be published.