ଅରାଚଣ୍ଡୀ ପାଟରେ ଶୀତ କାଳୀନ ପକ୍ଷୀ ଗଣନା

0 67

ବାଙ୍କୀ:ବାଙ୍କୀ ଉପଖଣ୍ଡ ରେ କ୍ରମାଗତ ଭାବେ ବିଦେଶାଗତ ପକ୍ଷୀ ମାନଙ୍କର ସଂଖ୍ୟା ବୃଦ୍ଧି ଘଟୁଥିବା ରୁ ସେମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି । ଅଧିକ ସଂଖ୍ୟକ ଚଢେଇ ମାନଙ୍କ ଉପସ୍ଥିତି ହେତୁ ଏବେ ଅରାଚଣ୍ଡୀ ପାଟ ପର୍ଯ୍ୟଟକ ମାନଙ୍କ ମନରେ ଏକ ମିନିଏଚର ଚିଲିକା ର ଭ୍ରମ ସୃଷ୍ଟି କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଅରାଚଣ୍ଡୀ ଆର୍ଦ୍ର ଭୁମି ରେ ଶୀତ କାଳୀନ ପକ୍ଷୀ ଗଣନା କରାଯାଇଛି । ବାଙ୍କୀ ସ୍ଥିତ ସେଣ୍ଟର ଫର ରୁରାଲ ଟୁରିଯିମ ଡେଭଲପମେଣ୍ଟ (ସି. ଆର. ଟି. ଡି) ର ସମ୍ପାଦକ ଲଳିତ ମୋହନ ପଣ୍ଡା ଙ୍କ ନେତୃତ୍ୱରେ ଘାଷିପୁଟ ସ୍ଥିତ ଅରାଚଣ୍ଡୀ ମନ୍ଦିର ନିକଟରେ ଥିବା ବଡ଼ ପାଟ ଠାରେ ଆଜି ବିଦେଶାଗତ ପକ୍ଷୀଙ୍କ ଗଣନା କରଯାଇଥିଲା । ଏହି ଗଣନା କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ଛାତ୍ର, ବାଙ୍କୀ କଲେଜ ର ରୋଭର ରେଞ୍ଜର ମୂଖ୍ୟ ଭୂପତି ଭୂଷଣ ପ୍ରଧାନ ଓ ୭ ଜଣ ସଦସ୍ୟ, ସି. ଆର. ଟି. ଡି ର ସଭାପତି ମିନତୀ ସାହୁ, ସଦସ୍ୟ ଅଂଶୁମାନ ସାହୁ,ଦୃଗାମାଧବ ମହାପାତ୍ର, ସଂସ୍ଥା ର ସଂଯୋଜକ ଅମିତ ସାହୁ, , ୱାର୍ଲଡ଼ ୱାଇଲଡ଼ ଲାଇଫ ଫଣ୍ଡ ର ବୈଜ୍ଞାନିକ ସ୍ୱାଧି ସିନ୍ଦୁରା, ନନ୍ଦନକାନନ ର ଅବସର ପ୍ରାପ୍ତ ଡିସିଏଫ କମଳ ଲୋଚନ ପୁରୋହିତ, ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ୍, ମଙ୍ଗଳା ଯୋଡି ର ବିଖ୍ୟାତ ବାର୍ଡ ଗାଇଡ଼ ମଧୁ ବେହେରା ଆଦି ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । କୋଭିଡ ଗାଇଡ଼ ଲାଇନ ଅନୁସାରେ ସାମାଜିକ ଦୁରତା ରକ୍ଷା କରି ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଗଣନା ରେ ଚଳିତ ବର୍ଷ ୧୫ ହଜାର ୧୧୩ ଟି ପକ୍ଷୀ ଗଣନା କରାଯାଇଥିଲା । ଗତ ବର୍ଷ ଏହି ସଂଖ୍ୟା ୧୪ ହଜାର ୮୧୯ ଥିଲା । ଗତ ବର୍ଷ ତୁଳନାରେ ଏ ବର୍ଷ ୨ ଟି ନୂତନ ପ୍ରଜାତିର ପକ୍ଷୀ ଯଥା, ବାର ହେଡେଡ ଗୁଜ ଓ କମ୍ବ ଡକ ପକ୍ଷୀ ଆସିଥିବାର ଲଳିତ ସୂଚନା ଦେଇଛନ୍ତି । ଅରାଚଣ୍ଡୀ ପାଟ ଏକ ବିଶାଳ ଆଦ୍ର ଭୂମି ହୋଇଥିବାରୁ ଏଠାରେ ବିଦେଶାଗତ ପକ୍ଷୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣ ର ଖାଦ୍ୟ ଏବଂ ସୁରକ୍ଷିତ ବାତାବରଣ ରହିଥିବା ଯୋଗୁ ଏଠାରେ ପକ୍ଷୀ ମାନଙ୍କର ସଂଖ୍ୟା ବର୍ଷ କୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଛନ୍ତି ଅଵସର ପ୍ରାପ୍ତ ଡିସିଏଫ କମଳ ଲୋଚନ ପୁରୋହିତ । ବିଦେଶାଗତ ପକ୍ଷୀ ମାନେ ସାଧାରଣତଃ ନେପାଳ, ଆଫଗାନିସ୍ତାନ, ୟୁରୋପ,ପାକିସ୍ତାନ, ହିମାଳୟ,ରୁ ଏଠାକୁ ଆସୁଥିବା ଜଣା ପଡ଼ିଛି ।ତେବେ ଓଡିଶା ପର୍ଯ୍ୟଟନ ମାନଚିତ୍ର ରେ ଏହି ସ୍ଥାନ କୁ ପ୍ରାକୁତିକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବା ପାଇଁ ସେଣ୍ଟର ଫର ରୁରାଲ ଟୁରିଯିମ ଡେଭଲପମେଣ୍ଟ ଓ ଆମ ବାଙ୍କୀ ତରଫରୁ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ କୁ ଏକ ଦାବି ପତ୍ର ଲେଖା ଯାଇଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ ଅରାଚଣ୍ଡୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଅବହେଳିତ ହୋଇ ପଡିରହିଛି ।

Leave A Reply

Your email address will not be published.