ଚଳିତ ବର୍ଷର ଖରିଫ ମଣ୍ଡି ପୂଇଁଚିଆ ସେବା ସମବାୟ ସମିତିରେ ଆଜି ଖିଲିଲା

0 70

ବାଙ୍କୀ:ଆଜି ବାଙ୍କୀ ବ୍ଲକ ପୂଇଁଚିଆ ସେବା ସମବାୟ ରେ ଚଳିତ ବର୍ଷର ଖରିଫମଣ୍ଡି ସେବା ସମବାୟ ସମିତିର ପୂର୍ବତନ ସଭାପତି ବେଣୁଧର ବଳିଆରସିଂ ଉଦଘାଟନ କରିଥିଲେ।କୋଭଡ ନିୟମ ପାଳନ କରି ଆଜି ମଣ୍ଡି କୁ ଆସିଥିବା ଚାଷୀ ମାନଙ୍କୁ କରୋନା ସମ୍ପର୍କରେ ସେବା ସମବାୟ ସମିତି ପକ୍ଷରୁ ସଚେତନ କରାଯାଇ ମାକ୍ସ ବଣ୍ଟନ କରିବା ସହ ସାନିଟାଇଜର ରେ ହାତ ସଫା କରାଯାଇଥିଲା।ଚଳିତ ମଣ୍ଡି ରେ ୧୬୦ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି ।ଆଜି ୧୬ଜଣଙ୍କୁ ଟୋକନ ସମବାୟ ସମିତି ପକ୍ଷରୁ ପ୍ରଦାନ କରାଯାଇଥିଲା।୧୬ଭଜଣଟୋକନ ପ୍ରାପ୍ତ ଚାଷୀ ୩୬୮କୁଇଣ୍ଟାଲ ଧାନ କ୍ରୟ କରିଥିବା ସେବାସମବାୟ ସମିତି ର ସମ୍ପାଦକ ମାନସ କୁମାର ରାଉତରାୟ ପ୍ରକାଶ କରିଛନ୍ତି।ଚଳିତ ମଣ୍ଡି ଶେଷ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ୫ ହଜାର କୁଇଣ୍ଟାଲ ଧାନ କ୍ରୟ ଲକ୍ଷ ରଖିଥିବା ସମ୍ପାଦକ ପ୍ରକାଶ କରିଛନ୍ତି।ଆଜିର ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ରେ ସହକାରୀ ଉପନିବନ୍ଧକ ସରୋଜ କାନ୍ତ ଜେନାପସ୍ଥିତ ରହି ଚାଷୀ ମାନେ କିପରି ଖରିଫ ଧାନ ସେବାସମବାୟ ସମିତି ରେ ବିକ୍ରି କରି ଲାଭବାନ ହୋଇପାରିବେ ସେସମ୍ପର୍କ ରେ ବୁଝିଇ ଥିଲେ।

Leave A Reply

Your email address will not be published.