ଖାଦ୍ୟ ଅପଚୟକୁ ରୋକାଯାଉ

0 70

ଭିତ୍ତିଭୂମି ଅଭାବରୁ ଭାରତରେ ନଷ୍ଟ ହେଉଛି ୯୨ ହଜାର କୋଟିର ଖାଦ୍ୟ । ଦୁଇଟି କାରଣ ଯୋଗୁଁ ଖାଦ୍ୟ ନଷ୍ଟ ହେଉଥିବା ଜଣାଯାଇଛି । ପ୍ରଥମଟି ହେଲା ଖାଦ୍ୟ ବିତରଣ ପ୍ରକ୍ରିୟା, ଅନ୍ୟଟି ସରକାରୀ ଗୋଦାମରେ ଗଚ୍ଛିତ ଗହମ ଏବଂ ଚାଉଳ ଦ୍ୱାରା । ପ୍ରାୟତଃ ଖାଦ୍ୟସାମଗ୍ରୀ କାରଖାନାରୁ ଖୁଚୁରା ସ୍ତରରେ ଖାଦ୍ୟ ନଷ୍ଟ ହେଉଥିବା ଜଣାଯାଇଛି । ରିଟେଲ, ଫୁଡ୍ ସର୍ଭିସ୍ ଓ ଘରେ ଖାଦ୍ୟ ନଷ୍ଟକୁ ଆମେ ସାଧାରଣତଃ ଖାଦ୍ୟ ଅପଚୟ ବୋଲି କହିଥାଉ । ଖାଲି ଏତିକି ନୁହେଁ ସୁପରମାର୍କେଟ୍ରେ ଥିବା ଖାଦ୍ୟର ବ୍ୟବହାର ତାରିଖ ପଳାଇବା ପରେ ତାହା ନଷ୍ଟ ହୋଇଯାଏ । ତେବେ ବାର୍ଷିକ ଏଭଳି ଭାବେ ୯୨ ହଜାର କୋଟିର ଖାଦ୍ୟସାମଗ୍ରୀ ନଷ୍ଟ ହେଉଥିବା ଜଣାଯାଇଛି । ଖାଦ୍ୟ ସାମଗ୍ରୀ ନଷ୍ଟ କ୍ଷେତ୍ରରେ ବ୍ରିଟେନ୍ ପଦକ୍ଷେପ ନେଇଥିବାରୁ ୨୦୦୭ ତୁଳନାରେ ଏବେ ସେଠାରେ ୨୭ ପ୍ରତିଶତ ଅପଚୟ କମିଛି । ଲୁଧିଆନାସ୍ଥିତ ସିଆଇପିଏପିଏଚ୍ଇଟି କୃଷିରେ କ୍ଷତିକୁ ନେଇ ଅଧ୍ୟୟନ କରିଥିଲା । ଅକ୍ଟୋବର ୨୦୦୫ ଓ ଫେବୃୟାରୀ ୨୦୦୭ରେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ୍କ୍ରମେ ସିଆଇପିଏଚ୍ଇଟି ୨୦୧୦ରେ ଏକ ରିପୋର୍ଟ କମିଟିକୁ ଦେଇଥିଲା । ଅଗଷ୍ଟ ୨୦୧୨ରେ ରିପୋର୍ଟ ପ୍ରକାଶ ପାଇଥିଲା । ଆଉ ଏକ ଅଧ୍ୟୟନ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିଲା । ୪୩ଟି ଖାଦ୍ୟଶସ୍ୟ ଓ ପଶୁପାଳନ ୨୦୧୨-୧୩ ଏବଂ ୨୦୧୪ର ସାମଗ୍ରିକ ଦର ଉପରେ ଅଧ୍ୟୟନ କରାଯାଇଥିଲା । ଦେଶର ୧୨୦ ଜିଲ୍ଲାର ୧୪ କୃଷି-ଜଳବାୟୁ ଜୋନ୍ରେ ଅଧ୍ୟୟନ ହୋଇଥିବା ରିପୋର୍ଟ ୨୦୧୫ ମାର୍ଚ୍ଚରେ ଆସିଥିଲା । ଶସ୍ୟ, ଡାଲି, ତୈଳବୀଜ, ବୃକ୍ଷରୋପଣ ଚାରା, ମସଲାଜାତୀୟ, ପନିପରିବା, ଫଳ, କ୍ଷୀର, ମତ୍ସ୍ୟଚାଷ, କୁକୁଡ଼ା ଏବଂ ମାଂସରେ ଉତ୍ପାଦନ ଏବଂ ପରିବହନର ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା କ୍ଷୟକ୍ଷତିଗୁଡ଼ିକୁ ଅଧ୍ୟୟନ କରାଯାଇଥିଲା । ଚାଷସ୍ତରୀୟ କାର୍ଯ୍ୟଗୁଡ଼ିକର ଅଧ୍ୟୟନରେ ଅମଳ, ସଂଗ୍ରହ, ଶୁଖାଇବା, ପ୍ୟାକେଜିଂ ଏବଂ ପରିବହନ ଅନ୍ତର୍ଭୁକ୍ତ ଅଟେ । ଷ୍ଟୋରେଜ୍ ଚ୍ୟାନେଲରେ ହୋଇଥିବା କ୍ଷୟକ୍ଷତିରେ ଫାର୍ମସ୍ତରରେ ଷ୍ଟୋରେଜ୍ ଏବଂ ଗୋଡାଉନ୍/କୋଲ୍ଡଷ୍ଟୋରେଜ୍ ହୋଲ୍ସେଲର, ଖୁଚୁରା ବ୍ୟବସାୟୀ ଏବଂ ପ୍ରକ୍ରିୟାକରଣ ୟୁନିଟ୍ ଅନ୍ତର୍ଭୁକ୍ତ । ଶସ୍ୟ କ୍ଷେତ୍ରରେ ମକାରେ ୪.୬୫ ପ୍ରତିଶତ କ୍ଷତି ହୋଇଥିବା ବେଳେ ଗହମ ଓ ଧାନ କ୍ଷେତ୍ରରେ ୪.୯୩ ପ୍ରତିଶତ ଏବଂ ୪.୩୩ ପ୍ରତିଶତ କ୍ଷତି ହୋଇଛି । ଚାଷ କାର୍ଯ୍ୟ କ୍ଷେତ୍ରରେ ଅଧିକ କ୍ଷତି ଥିଲା ବୋଲି ଅଧ୍ୟୟନରୁ ଜଣାଯାଇଛି । ଧାନ କ୍ଷେତରେ ୪.୬୭ ପ୍ରତିଶତ ଏବଂ ଗହମ କ୍ଷେତ୍ରରେ ୪.୦୭ ପ୍ରତିଶତ ନଷ୍ଟ ହେଉଛି । ଉଭୟ ଗହମ ଏବଂ ଧାନ ପାଇଁ ଷ୍ଟୋରେଜ୍ରେ କ୍ଷତି ମାତ୍ର ୦.୮୬ ପ୍ରତିଶତ ଥିଲା । ଆଶା କରାଯାଉଥିବା ପରି ନଷ୍ଟ ହୋଇଥିବା ଫସଲଗୁଡ଼ିକ ବହୁତ ଅଧିକ କ୍ଷତି ହୋଇଥିଲା । ତେବେ ବାର୍ଷିକ ଖାଦ୍ୟଶସ୍ୟରେ ଏତେ କ୍ଷତି କାହିଁକି ହେଉଛି ତାହା ଉପରେ ଧ୍ୟାନ ଦିଆଯିବା ଉଚିତ୍ । କୃଷି ଓ ଉଦ୍ୟାନ କୃଷି ପାଇଁ କେବଳ କୋଲ୍ଡ ଚେନ୍ ଏବଂ ଷ୍ଟୋରେଜ୍ ବ୍ୟବସ୍ଥା କରିଦେଲେ ହେବନି । ଏଥିପାଇଁ ଚାଷୀଙ୍କୁ ଉନ୍ନତମାନର ଶିକ୍ଷା ସହ ଅମଳ ଏବଂ ବିକ୍ରି ମଧ୍ୟରେ ବ୍ୟବଧାନ ହ୍ରାସ କରିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.