କରୋନାର ନୂଆ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି

0 68

ନୂଆଦିଲ୍ଲୀ, ୪ ।୧: ଚିନ୍ତା ବଢ଼ାଉଛି କରୋନାର ନୂଆ ରୂପ । ବ୍ରିଟେନରେ ମିଳିଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । ଭାରତରେ କରୋନାର ନୂଆ ଷ୍ଟ୍ରେନ୍ରେ ୯ ନୂଆ ସଂକ୍ରମିତଙ୍କ ସହ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବ୍ରିଟେନରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଭାରତ ସରକାର ବିମାନ ଉଡ଼ାଣ ଉପରେ କଟକଣା ଲଗାଇଥିଲେ । କିନ୍ତୁ ସେତେବେଳକୁ ଭାରତରେ ପ୍ରବେଶ କରିସାରିଥିଲା ବହୁ ରୂପି କରୋନା । ଏହା ପୂର୍ବରୁ ବ୍ରିଟେନରୁ ଭାରତ ପ୍ରବେଶ କରିଥିବା କରୋନାର ନୂଆ ଷ୍ଟ୍ରେନ୍ର “କଲ୍ଚର’ ସରିଥିବା ନେଇ ଆଇସିଏମଆର ପକ୍ଷରୁ ସୂଚନା ମିଳିଥିଲା । ବ୍ରିଟେନ ଫେରନ୍ତାଙ୍କ ଶରୀରରେ ନୂଆ କରୋନା ଭାଇରସ୍ ମିଳିବା ପରଠୁ ଏହା ଉପରେ ଲଗାତର ପରୀକ୍ଷା ଜାରି ରଖିଛନ୍ତି ଆଇସିଏମଆର ବିଶେଷଜ୍ଞ । ଏହା ଉପରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ପୃଥକ ଓ କଲଚର କରାଯାଇଥିବା ମଧ୍ୟ ଜଣାପଡ଼ିଛି । ନିକଟରେ ବ୍ରିଟେନ ସରକାର କରୋନା ଭୂତାଣୁର ନୂଆ ରୂପ ସମ୍ପର୍କରେ ସୂଚନା ଦେଇଥିଲେ । ଯାହାକି ୭୦ ପ୍ରତିଶତ ସଂକ୍ରାମକ । ତେବେ ସାର୍ସ କୋଭ-୨ର ନୂଆ ଷ୍ଟ୍ରେନରେ ଭାରତରେ ଶୁକ୍ରବାର ସୁଦ୍ଧା ୨୯ ଜଣ ସଂକ୍ରମିତ ହୋଇଥିଲେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଥିଲା । ଏହା ସହ ବ୍ରିଟେନକୁ ପୁନଃ ବିମାନ ଉଡ଼ାଣ ଜାନୁଆରୀ ୮ରେ ହେବ ବୋଲି ମଧ୍ୟ ସରକାର ଘୋଷଣା କରିଥିଲେ ।

Leave A Reply

Your email address will not be published.