ନାଟୋର ସହଯୋଗୀ ସଦସ୍ୟ ପଦରୁ ପାକିସ୍ତାନ ହେବ ବିଦା!

0 70

ନୂଆଦିଲ୍ଲୀ ୦୪/୦୧ : ଆମେରିକାର ୧୧୭ ତମ କଂଗ୍ରେସରେ ଏକ ସ୍ୱତନ୍ତ୍ର ବିଲ ପାସ ହୋଇଛି ଯେଉଁଥିରେ ନାଟୋର ସହଯୋଗୀ ସଦସ୍ୟ ପଦରୁ ପାକିସ୍ତାନକୁ ବହିଷ୍କାର କରିବା ପାଇଁ ଏକ ବିଲ ଆଗତ ହୋଇଛି । ଏହି ବିଲ ଆମେରିକାର ରିପବ୍ଲିକାନ ପାର୍ଟି ସଦସ୍ୟ ଆଣ୍ଡି ବିଗସ୍ଙ୍କ ଦ୍ୱାରା ଆଗତ ହୋଇଛି । ୧୧୭ ତମ ଆମେରିକାନ୍ କଂଗ୍ରେସର ପ୍ରଥମ ଦିନରେ ଏହି ବିଲକୁ ଆଗତ କରିବା ସହ ଆଣ୍ଡି ବିଗସ୍ ଟ୍ୱିଟ୍ କରି କହିଛନ୍ତି ଯେ, ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବା ସହ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ଦିଆଯାଉଥିବା ଉପାଦାନଗୁଡିକୁ ପ୍ରତିପାଦିତ କରାଯାଇଛି । ଆଗତ ହୋଇଥିବା ବିଲକୁ ନେଇ ବିଗସ୍ କହଛନ୍ତି ଯେ, ପାକିସ୍ତାନ ଦିନକୁ ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରୁଛ । ଏହାର ଦୃଢ ଜବାବ ଦେବାପାଇଁ ଏହି ସ୍ୱତନ୍ତ୍ର ବିଲ ଆଗତ କରାଯିବା ସହ ନାଟୋର ସହଯୋଗୀ ସଦସ୍ୟ ପଦରୁ ପାକିସ୍ତାନକୁ ବହିଷ୍କାର କରିବା ପାଇଁ ଆବେଦନ କରାଯାଇଛି । ତେବେ ଆମେରିକାରେ ବର୍ତ୍ତମାନ ନୂଆ ରାଷ୍ଟ୍ରପତି କାର୍ଯ୍ୟଭାର ନେଇନଥିବାରୁ ଏହି ବିଲ ପାଇଁ ସ୍ୱତନ୍ତ୍ର ବିଧେୟକ ପାସ କରାଯାଇପାରୁ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସରକାର ବାରମ୍ବାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ଦେବା ସହ ହାକାନୀ ନେଟୱର୍କକୁ ସୁରକ୍ଷା ଦେଉଛି । ନାଟୋର ସହଯୋଗୀ ସଦସ୍ୟ ପଦରୁ ପାକିସ୍ତାନକୁ ବହିଷ୍କାର କରିବା ପରେ ଉଚିତ ଜବାବ ମିଳିବ ବୋଲି ବିଗସ୍ କହିଛନ୍ତି । ତେବେ ଆମେରିକା ଆଉ ଏକ ଅଭିଯୋଗ କରିଛି ଯେ, ଇମ୍ରାନ ଖାନ ସରକାର ଲଗାତାର ଭାବେ ଆଫଗାନିସ୍ତାନ ସହ ସମ୍ପର୍କରେ ରହୁଛି । ଦୁଇ ଦେଶର ସୀମାରେ ଆତଙ୍କବାଦୀମାନଙ୍କ କାର୍ଯ୍ୟକଳାପ ଏବଂ ଉପସ୍ଥିତି ବୃଦ୍ଧି କରିବା ପାଇଁ ସାଲିସ ହେଉଥିବା ଅଭିଯୋଗ କରିଛି ଆମେରିକା । ଆଗାମୀ ଦିନରେ ଏଥିପାଇଁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଆଣ୍ଡି ବିଗସ୍ କହିଛନ୍ତି ।

Leave A Reply

Your email address will not be published.