ରର୍ବଟ ଭଦ୍ରାଙ୍କ ଘରେ ଆୟକର ବିଭାଗ

0 69

ନୂଆଦିଲ୍ଲୀ: ଗାନ୍ଧି ପରିବାରର ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଘରେ ପହଞ୍ଚିଛି ଆୟକର ବିଭାଗ । ଶ୍ରୀ ଭଦ୍ରାଙ୍କ ଘରେ ପହଞ୍ଚିବା ପରେ ତାଙ୍କୁ ଉକ୍ତ ଟିମ୍ ବେଆଇନ ସମ୍ପତ୍ତି ଠୁଳ ମାମଲାରେ ପଚରାଉଚରା କରୁଥିବା ଜଣାପଡ଼ିଛି । ସୂଚନା ମୁତାବକ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଆୟକର ବିଭାଗ ଶ୍ରୀ ଭଦ୍ରାଙ୍କୁ ହାଜର ହେବାକୁ ନୋଟିସ କରିଥିଲା । କିନ୍ତୁ ସେ ଏହାକୁ ଅମାନ୍ୟ କରି ଆୟକର ବିଭାଗ ଅଫିସରେ ହାଜର ହୋଇ ନଥିଲେ । ଏଥିପାଇଁ ଆଜି ଦିଲ୍ଲୀର ସୁଖଦେବ ବିହାର ସ୍ଥିତ ଭଦ୍ରାଙ୍କ ଘରେ ଆୟକର ବିଭାଗ ଅତିର୍କିତ ଭାବେ ପହଞ୍ଚି ଯାଇଛି । ଏଥିସହ ପୂରା ମାମଲାରେ ତାଙ୍କୁ ଜେରା କରି ବୟାନ ରେକର୍ଡ କରୁଛି । ବ୍ରିଟେନରେ ଶ୍ରୀ ଭଦ୍ରା ବନ୍ଧୁକ ବେପାରୀ ସଞ୍ଜୟ ଭଣ୍ଡାରୀଙ୍କ ଠାରୁ ବେଆଇନ ଭାବେ ସମ୍ପତ୍ତି କିଣିଥିବା ଅଭିଯୋଗ ହୋଇଛି । ୨୦୦୯ରେ ଗୋଟିଏ ପେଟ୍ରୋଲିମୟ ଡିଲ୍ ପାଇଁ କିକବ୍ୟାକ ବାବଦରେ ପାଇଥିବା ଅର୍ଥକୁ ସେ ଏହି ସମ୍ପତ୍ତି କିଣିବା ବାବଦରେ ଖର୍ଚ୍ଚ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ୨୦୧୮ରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି । ଏପରି କି ଶ୍ରୀ ଭଦ୍ରା ଇଡି ଅଫିସରେ ମଧ୍ୟ ହାଜର ହୋଇଥିଲେ ।

Leave A Reply

Your email address will not be published.