ମଶାଣିରେ ଛାତ ଭୁଶୁଡିବା ଘଟଣାରେ ୩ ଗିରଫ

0 77

ଗାଜିଆବାଦ, ୪ ।୧: ୟୁପି ଗାଜିଆବାଦ ସ୍ଥିତ ମୁରାଦନଗରରେ ଥିବା ଏକ ଘରର ଛାତ ଭୁଶୁଡି ପଡ଼ିବା ଘଟଣାରେ ତିନି ଜଣ ଗିରଫ୍ । ସୋମବାର ଇଓ ନିହାରିକା, ସୁପରଭାଇଜର ଆଶିଷ ଏବଂ ଜେ ଚନ୍ଦ୍ରପାଲଙ୍କୁ ଗିରଫ କରାଯାଇଛି । ରବିବାର ଶବଦାହ ବେଳେ ବର୍ଷା ହୋଇଥିଲା । ଏହି ସମୟରେ ମଶାଣିରେ ଥିବା ଘରେ ୩୦ରୁ ଅଧିକ ଆଶ୍ରୟ ନେଇଥିଲେ । ପ୍ରବଳ ବର୍ଷାରେ କିନ୍ତୁ ଛାତ ଭୁଶୁଡ଼ି ପଡ଼ିବାରୁ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନେକ ଆହତ ହୋଇଥିଲେ । ଏନଡିଆରଏଫ ଟିମ୍ ଆସି ଆହତଙ୍କୁ ଉଦ୍ଧାର କରିଥିଲା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ଘର ଭୁଶୁଡ଼ି ପଡିବାର ଏକ ରିପୋର୍ଟ ମାଗିଥିଲେ । ସୋମବାର ପୌରପାଳିକାର ଇଓ ନିହାରିକା ସିଂ ସୁପରଭାଇଜର ଆଶିଷ, ଜେ ଚନ୍ଦ୍ରପାଲ ଏବଂ କଣ୍ଟ୍ରାକ୍ଟର ଅଜୟ ତ୍ୟାଗିଙ୍କୁ ବିରୋଧରେ ମକୋଦ୍ଦମା ଦାୟର କରାଯାଇଥିଲା । ଏନଡିଆରଏଫ ଅଧିକାରୀ ପ୍ରବୀଣ ତିୱାରୀ ରବିବାର କହିଥିଲେ, ଯେ କୌଣସି କୋଠାର ଅବଧି ୫୦ ବର୍ଷ ପର୍ଯ୍ୟନ୍ତ । କିନ୍ତୁ ଏହି କୋଠାଟି ଏବେ ତିଆରି ହୋଇଛି । ନିର୍ମାଣକୁ ଦେଖିଲେ ଲାଗୁଛି ଯେ ସିମେଣ୍ଟ ଏବଂ ବାଲି ସଠିକ୍ ଅନୁପାତରେ ବ୍ୟବହୃତ ହୋଇନାହିଁ । ତେଣୁ ଏଭଳି ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.