କରୋନା ମହାମାରୀ ବେଳେ ୭୭% ବ୍ୟକ୍ତି ଆୟ ହରାଇଥିଲେ

0 57

ନୂଆଦିଲ୍ଲୀ, ୪ ।୧: କରୋନା ମହାମାରୀ ବେଳେ ଭାରତ ଲକଡାଉନ୍ ସଟ୍ଡାଉନର ସାମ୍ନା କରିଛି । ଏହି ସମୟରେ ଅନେକ ରୋଜଗାର ହରାଇଛନ୍ତି । ଆଉ କିଛି ବ୍ୟକ୍ତି ନୋ ୱାର୍କ, ନୋ ଇନକମରେ ଥିଲେ । ଯେଉଁଥିପାଇଁ ବେରୋଜଗାର ମଧ୍ୟ ବଢ଼ିଛି । ନଭେମ୍ୱର ୨୦୨୦ରୁ ୧୭୦୦ରୁ ଅଧିକ ବୟସ୍କଙ୍କୁ ନେଇ ଏହି ସର୍ଭେ ହୋଇଥିଲା । ଯେଉଁଥିରେ ଦେଶର ୭୭ ପ୍ରତିଶତ କରୋନା ପାଇଁ ଆୟର ବାଟ ବନ୍ଦ ହୋଇଯାଇଥିଲା । ସର୍ଭେ ଅନୁଯାୟୀ ୪୦-୪୯ ବୟସର ବ୍ୟକ୍ତି କରୋନା ବେଳେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏହି ବୟସର ୮୦ ପ୍ରତିଶତ ବ୍ୟକ୍ତି କରୋନା ବେଳେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ସେହିପରି ୪୦-୪୯ ତୁଳନାରେ ୫୦-୫୯ ବୟସର ଲୋକ କମ୍ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ଆୟ ହରାଇଛନ୍ତି । ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ କମ୍ ପ୍ରଭାବିତ ହୋଇଥିଲେ । ଏହି ବୟସ ବର୍ଗର କେବଳ ୩୦ ପ୍ରତିଶତ ଆୟ ହରାଇଥିଲେ । ସର୍ବେକ୍ଷଣର ପୁରୁଷ ଏବଂ ମହିଳାଙ୍କୁ ନେଇ ମଧ୍ୟ ସର୍ଭେ ହୋଇଛି । ଏଥିରେ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ପ୍ରଭାବିତ ହୋଇଛନ୍ତି । ୭୮ ପ୍ରତିଶତ ପୁରୁଷଙ୍କର ରୋଜଗାର ବନ୍ଦ ହୋଇଥିବାବେଳେ ୬୭ ପ୍ରତିଶତ ମହିଳା ଏଥିରେ ପ୍ରଭାବିତ ହୋଇଥିଲେ । ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛାଡପତ୍ର ଦେଇଥିବା ବୟସ୍କମାନେ । ୮୭.୫ ପ୍ରତିଶତ ଏହାଦ୍ୱାରା ରୋଜଗାର ହରାଇଥିଲେ ବୋଲି କହିଛନ୍ତି । ତେବେ ଅବିବାହିତ କମ୍ ପ୍ରଭାବିତ ହୋଇଥିଲେ ।

Leave A Reply

Your email address will not be published.